ଆତଙ୍କବାଦୀ ଘୋଷିତ ତଲାହ ସଇଦ୍‌

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଆତଙ୍କବାଦୀ ହାଫିଜ୍ ସଇଦ୍‌ର ପୁଅ ହାଫିଜ୍ ତଲାହା ସଇଦ୍‌କୁ ୟୁଏପିଏ (UAPA) ଅଧିନିୟମ 1967 ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି । ହାଫିଜ୍ ତଲାହା ସଇଦ୍‌ ଲଶ୍କର-ଇ-ତୋଇବା ଆତଙ୍କବାଦୀ ସଂଗଠନର ଜଣେ ବରିଷ୍ଠ ନେତା ତଥା ଲେଟ୍ସର କେ ମୌଲବି ଶାଖାର ପ୍ରମୁଖ ବୋଲି  ବିଜ୍ଞପ୍ତିରେ କୁହାଯାଇଛି। ସେ ଭାରତରେ ଲଶ୍କର-ଇ-ତୋଇବା ଏବଂ ଆଫଗାନିସ୍ତାନରେ ଭାରତୀୟ ହିତ ପାଇଁ ଆସୁଥିବା ପାଣ୍ଠିରେ ପ୍ରତିବନ୍ଧକ ସୃଷ୍ଟି କରିବା, ଯୋଜନା ତିଆରି କରିବାରେ ସାମିଲ ଥିଲା ।

ତାଲହ ସଇଦ ପାକିସ୍ତାନର ବିଭିନ୍ନ ଲଶ୍କର କେନ୍ଦ୍ର ପରିଦର୍ଶନ କରି ଭାରତ, ଇସ୍ରାଏଲ, ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶମାନଙ୍କରେ ଭାରତୀୟ ସ୍ୱାର୍ଥ ବିରୋଧରେ ଜିହାଦ ପ୍ରଚାର କରିଛନ୍ତି । ପୂର୍ବରୁ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ ଦ୍ୱାରା ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।

Spread the love