ଗଣତନ୍ତ୍ର ଦିବସରେ ଆତଙ୍କବାଦୀ ହମ୍‌ଲା, 5 ଯବାନ ଗୁରୁତର, 2 ଆତଙ୍କୀ ନିହତ

ଆଜି ସମଗ୍ର ଦେଶ ଶାନ୍ତି ଓ ପ୍ରେମରେ ଗଣତନ୍ତ୍ର ଦିବସ ପାଳୁଥିବା ବେଳେ ଅଶାନ୍ତ ହୋଇ ଉଠିଛି କଶ୍ମୀର ଘାଟି। ହିଂସା ଘଟାଇଛନ୍ତି ଆତଙ୍କବାଦୀ। ଶନିବାର ଗଣତନ୍ତ୍ର ଦିବସ ଅବସରରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏଥିରେ ସିଆରପିଫ୍‌ର 5 ଯବାନ ଗୁରୁତର ହୋଇଛନ୍ତି। ଆତଙ୍କବାଦୀମାନେ କଶ୍ମୀରିର ପୁଲୱାମା ଘାଟି, ପଂପୋର ଏବଂ ଖାନ୍‌ମୋ ଇଲାକାରେ ହମଲା କରିଛନ୍ତି। ଆତଙ୍କବାଦୀମାନେ SOG ଏବଂ CRPF କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି। ତେବେ ଜବାବରେ ସୁରକ୍ଷା କର୍ମୀମାନେ ପାଲଟା ଆକ୍ରମଣ କରିଛନ୍ତି। ଏହି ଗୁଳି ବିନିମୟରେ 2 ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଆତଙ୍କବାଦୀମାନେ ଜୈସ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

Spread the love