ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ମିସାଇଲ୍‌ର ସଫଳ ପରୀକ୍ଷଣ

ଚାନ୍ଦିପୁର: ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ ଭୂପୃଷ୍ଠରୁ ଆକାଶ ମାର୍ଗକୁ ଉତ୍‌କ୍ଷେପିତ ହୋଇପାରୁଥିବା ମଧ୍ୟମ ରେଞ୍ଜର ମିସାଇଲ୍‌ ଯାହାର ଓଜନ ୨୭୫ କିଲୋଗ୍ରାମ ଥିବାବେଳେ,  ଲମ୍ବ ସାଢେ ୪ ମିଟର ଓ ଏଥିରେ ୬୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ  ସଫଳତାର ସହିତ ପରୀକ୍ଷା ହୋଇଛି ଆଜି ପୂର୍ବାହ୍ନ ୧୦.୩୦ ମିନିଟରେ। ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡ଼ାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏହି ମିସାଇଲ୍‌କୁ ପୂର୍ବରୁ ବହୁବାର ପରୀକ୍ଷା କରାଯାଇଥିଲ ଇସ୍ରାଇଲର ମିଳିତ ଉଦ୍ୟମରେ ।ଚଳିତ ଥର ଏହି ମିସାଇଲ୍‌ରେ ସ୍ବଦେଶୀ  ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ମିସାଇଲରେ ବ୍ୟବହାର କରାଯାଇଥିବା ଇଞ୍ଜିନ୍‌ ସହିତ କେତେକ ସ୍ବତନ୍ତ୍ର ଭାବେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଶଂ ମଧ୍ୟ ଖଞ୍ଜା ଯାଇଛି ।  ସ୍ଥଳ ଭାଗରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏହି ମିସାଇଲ୍‌ ମାଧ୍ୟମରେ ଯୁଦ୍ଧ ଜାହାଜ, ହେଲିକପ୍ଟର, ନୌଜାହାଜ, ବାଲେଷ୍ଟିକ୍‌ ମିସାଇଲକୁ ଟାର୍ଗେଟ୍‌ କରାଯିବ। ପରେ ମିସାଇଲକୁ କଣ୍ଟ୍ରୋଲରୁମ୍‌ରୁ ତଥ୍ୟ ପ୍ରେରଣ କରାଯିବା ସହିତ ମିସାଇଲ ମାଧ୍ୟମରେ ଲକ୍ଷ୍ୟସ୍ଥଳର ଫଟୋ ଓ ଭିଡ଼ିଓ ମଧ୍ୟ କଣ୍ଟ୍ରୋଲରୁମ୍‌ରେ ସଂଗ୍ରହ କରାଯାଇ ପାରିବ । ଏହି ପରୀକ୍ଷା ପାଇଁ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ପରିଧି ମଧ୍ୟରେ ଥିବା ତୁଣ୍ଡରା, କୁସୁମୁଳି, ଜୟଦେବକସବା ପାହି, ଖଡ଼ୁପାହି ଗାଁରୁ ପ୍ରାୟ ୭୦୦୦ ସ୍ଥାନାନ୍ତରିତ ଲୋକଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳୀ ଓ ସ୍କୁଲ ଘରେ ଥିବା ଅସ୍ଥାୟୀ ଶିବିରରେ ରଖା ଯାଇଛି । ଏଥିରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ପ୍ରତିରକ୍ଷା ବିଭାଗ ତରଫରୁ କ୍ଷତିପୂରଣ ପ୍ରଦାନ କରାଯାଇଛି ।

Spread the love