News ରାଜ୍ୟ ଭୟଙ୍କର ବିସ୍ଫୋରଣରେ ଜଳିଗଲା ଡାଇରି ଫାର୍ମ, ୧୮ ହଜାର ଗାଈ ମୃତ April 15, 2023 Satya state, texas-dairy-farm-explosion-kills-18000-cows ଟେକ୍ସାସରେ ଭୟଙ୍କର ବିସ୍ଫୋରଣ। ଜଳିଗଲା ଡାଇରି ଫାର୍ମ । ୧୮ ହଜାର ଗାଈ ମୃତ । ଦକ୍ଷିଣ ଆମେରିକାର ଟେକ୍ସାସରେ ଥିବା ସାଉଥଫର୍କ ଡାଇରି ଫାର୍ମରେ ଭୟଙ୍କର ବିସ୍ଫୋରଣ ପରେ ନିଆଁ ଲାଗି ଯାଇଥିଲା। ପୂରା ଫାର୍ମ ଜଳି ଯାଇଛି। ଜୀବନ୍ତ ଦଗ୍ଧ ହୋଇଛନ୍ତି ୧୮ ହଜାର ଗାଈ । ତେବେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଜଣେ ଶ୍ରମିକ ଫସି ଯାଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆକାଶକୁ ଛୁଇଁଥିଲା ଧୂଆଁ । କାହିଁକି ଏତେବଡ଼ ବିସ୍ଫୋରଣ ହେଲା ତାର କାରଣ ସ୍ପଷ୍ଟ ହୋଇ ନାହିଁ। ଘଟଣାର ତଦନ୍ତ ଚାଲିଛି। ତେବେ ମିଥେନ ଗ୍ୟାସରେ ନିଆଁ ଲାଗିଯିବା ଦ୍ୱାର ଅଘଟଣ ଘଟିଥିବା କୁହାଯାଉଛି। ଟେକ୍ସାସର ଏହି ଗୋଶାଳା ଆମେରିକାର ଅନ୍ୟତମ ପୂରାତନ ଗୋଶାଳା। Post Views: 146 Spread the love
ତେବେ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଜଣେ ଶ୍ରମିକ ଫସି ଯାଥିଲେ । ତାଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆକାଶକୁ ଛୁଇଁଥିଲା ଧୂଆଁ । କାହିଁକି ଏତେବଡ଼ ବିସ୍ଫୋରଣ ହେଲା ତାର କାରଣ ସ୍ପଷ୍ଟ ହୋଇ ନାହିଁ। ଘଟଣାର ତଦନ୍ତ ଚାଲିଛି। ତେବେ ମିଥେନ ଗ୍ୟାସରେ ନିଆଁ ଲାଗିଯିବା ଦ୍ୱାର ଅଘଟଣ ଘଟିଥିବା କୁହାଯାଉଛି। ଟେକ୍ସାସର ଏହି ଗୋଶାଳା ଆମେରିକାର ଅନ୍ୟତମ ପୂରାତନ ଗୋଶାଳା।