୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ ଚାଲିଛି । ଜିଲ୍ଲା ସଂଘର୍ଷ ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି ଦୋକାନ, ବଜାର, ବ୍ୟାଙ୍କ , ସରକାରୀ ବେସରକାରୀ କାର୍ଯ୍ୟାଳୟ ,ସ୍କୁଲ କଲେଜ, ବସ ଚଳାଚଳ ଆଦି ବନ୍ଦ ରହିଛି । ତୁରେକେଲା, ମୁରିବାହାଲ, ବଙ୍ଗୋମୁଣ୍ଡା ମଧ୍ୟ ଏହି ଦାବିକୁ ସମର୍ଥନ କରି ବନ୍ଦ ପାଳନ କରିଛି । ଜରୁରୀ କାଳୀନ ସେବା ଏବଂ ଯେଉଁ ସ୍କୁଲ କଲେଜରେ ପରୀକ୍ଷା ଚାଲୁ ଥିବାରୁ ତାହା ବନ୍ଦରୁ ବାଦ ଦିଆଯାଇଛି । ବନ୍ଦ ପାଳନରେ ସହରର ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି।

Spread the love