‘ବ୍ୟଭିଚାରୀ ସୁପରଷ୍ଟାର’ ମୋ ସହ ଡେଟିଂ ଚାହୁଥିଲେ: କଙ୍ଗନା

ମୁମ୍ବାଇ ଅଭିନେତ୍ରୀ କଙ୍ଗନା ରାଣାଉତ ହ୍ରିତିକ ରୋଶନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଉଠିଥିବା ଅଭିଯୋଗ ଉପରେ ପୁଣିଥରେ ଉଖାରିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରତିନିଧି ବୋଲି ଦର୍ଶାଇ ଅନ୍ୟମାନଙ୍କ ସହ ଛଳନା କରୁଛନ୍ତି ଓ ଆକାଉଣ୍ଟ ହ୍ୟାକ୍ କରୁଛନ୍ତି ବୋଲି କହିବା ପରେ କଙ୍ଗନା ଇନଷ୍ଟାଗ୍ରାମ୍‌ରେ ଅନେକ ପୋଷ୍ଟ ଛାଡ଼ିଛନ୍ତି। କଙ୍ଗନା କହିଛନ୍ତି ଯେ ତାଙ୍କୁ ମଧ୍ୟ ଥରେ ନିଜକୁ ହ୍ରିତିକ ବୋଲି ଦର୍ଶାଇ ଜଣେ ବ୍ୟକ୍ତି ଠକିଥିଲେ।
ଉକ୍ତ ବିଷୟରେ ଏକ ପୋଷ୍ଟ ସେୟାର କରି କଙ୍ଗନା ଲେଖିଛନ୍ତି, ଫିଲ୍ମ ମାଫିଆ ସର୍ବଦା ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଆସିଛନ୍ତି। ଏହି ସୁପରଷ୍ଟାର ଯିଏ ମୋ ସହ ଡେଟ୍ କରିବାକୁ ଚାହୁଥିଲେ, ପରେ ଜାଣିଲି ଯେ ସେ ଅସଲି ହିରୋ ନୁହନ୍ତି। ସେ ମୋ ସହ ଚାଟ୍ କରିବା ପାଇଁ ବିଭିନ୍ନ ନମ୍ବର ଓ ଆକାଉଣ୍ଟ୍ ବ୍ୟବହାର କରୁଥିଲେ, ସେ ମୋ ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରିଥିଲେ।

ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ବିଷୟ ଯେତେବେଳେ ଆସେ, ସେତେବେଳେ ଫିଲ୍ମ ମାଫିଆ କେମିତି କାର୍ଯ୍ୟ କରନ୍ତି ସେ ବିଷୟରେ ମଧ୍ୟ କଙ୍ଗନା କହିଥିଲେ। କଙ୍ଗନା କହିଥିଲେ ଯେ, ସେମାନେ ବହୁସଂଖ୍ୟାରେ ନକଲି ଟିକେଟ୍ କିଣନ୍ତି ଏବଂ ବକ୍ସ ଅଫିସରେ ଅଧିକ ସଂଗ୍ରହ ହେଲା ବୋଲି ଦାବି କରନ୍ତି। ଏହାଦ୍ବାରା ଅଯୌକ୍ତିକ ଉପାୟରେ ବକ୍ସ ଅଫିସ ସଂଗ୍ରହକୁ ସେମାନେ ପ୍ରଭାବିତ କରନ୍ତି। ଏମାନେ କେବଳ ପ୍ରତିଭାହୀନ ମୂର୍ଖ ନୁହନ୍ତି ବରଂ ସେମାନଙ୍କର ଅପରାଧିକ ପ୍ରବୃତ୍ତି ଅଛି। ବହୁତ ଭୟାନକ। ସାଇବର କ୍ରାଇମ୍‌ ହେଲ୍‌ପ, ମୁମ୍ବାଇ ଦୟାକରି ପଦକ୍ଷେପ ନିଅନ୍ତୁ ବୋଲି କଙ୍ଗନା ଲେଖିଛନ୍ତି।

ଏହାପରେ କଙ୍ଗନା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଅନ୍ୟ ଏକ ପୋଷ୍ଟରେ ଟାଣିଥିଲେ। କାହାରି ନାଁ ନ ନେଇ କଙ୍ଗନା କହିଛନ୍ତି ଯେ, ରଣବୀର କୁଆଡ଼େ ତାଙ୍କୁ ଡେଟ୍‌ କରିବାକୁ ଅନୁରୋଧ କରିଥିଲେ।
କଙ୍ଗନା ଲେଖିଛନ୍ତି, ଅନ୍ୟ ଜଣେ ବ୍ୟଭିଚାରୀ ସୁପରଷ୍ଟାର ତାଙ୍କ ଘରେ ପହଞ୍ଚି ତାଙ୍କ ସହ ଡେଟ୍ କରିବାକୁ ଅନୁରୋଧ କରିଥିଲେ। ତାଙ୍କୁ ପଟେଇବା ପାଇଁ ସେ ବାରମ୍ବାର ଚେଷ୍ଟା କରୁଥିଲେ। ସେ ତାଙ୍କୁ ରୋକ୍‌ଠୋକ୍‌ ମନା କରିବା ପରେ ମଧ୍ୟ ବିଭିନ୍ନ ନମ୍ବର ଓ ଆକାଉଣ୍ଟରୁ ସେ ଯୋଗାଯୋଗ ଜାରି ରଖିଥିଲେ। ଶେଷରେ ସେ ସବୁ ଆକାଉଣ୍ଟକୁ ବ୍ଲକ୍ କରିବାକୁ ଗଲାବେଳେ ଜାଣିବାକୁ ପାଇଲେ ସେ ତାଙ୍କର ସମସ୍ତ ଡିଭାଇସ୍‌କୁ ହ୍ୟାକ୍ କରିଦେଇଛନ୍ତି। କେହି ନୈତିକ ଭାବରେ ଏତେ ତଳକୁ ଯାଇପାରେ ବୋଲି ତାଙ୍କର ବିଶ୍ବାସ ହୋଇ ନ ଥିଲା ବୋଲି କଙ୍ଗନା କହିଛନ୍ତି। ତେବେ ବାରମ୍ବାର ଆକ୍ରମଣ ସତ୍ତ୍ବେ ରଣବୀର ଓ ଆଲିଆ କଙ୍ଗନାଙ୍କ ବିରୋଧରେ ମୁହଁ ଖୋଲି ନାହାନ୍ତି।

Spread the love