ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ୧୫ ତାରିଖ ପର୍ଯ୍ୟନ୍ତ ବଢିଲା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି
ରାଜ୍ୟର ସାମ୍ବାଦିକଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା । ବଢିଲା ସାମ୍ବାଦିକଙ୍କ ବୀମା ଆବେଦନର ଅବଧି । ରାଜ୍ୟରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ଆବେଦନ ଅବଧି ଅଗଷ୍ଟ ୧୫ ତାରିଖ ଯାଏଁ ବୃଦ୍ଧି ପାଇଛି । ଆଜି ଏଥିପାଇଁ ଆବେଦନର ଶେଷ ତାରିଖ ଥିଲା । ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ବୀମା ପାଇଁ ଆବେଦନ କରିପାରିବେ । ଏଥିପାଇଁ ରାଜ୍ୟ ସରକାର ସମୟ ବୃଦ୍ଧି କରିଛନ୍ତି ।