‘ସନ୍ତାନ ଜନ୍ମ ଈଶ୍ବରଙ୍କର ନୁହେଁ ସ୍ୱାମୀଙ୍କ କୃପା: ଅଜିତ ପାୱାର

ମୁମ୍ବାଇ: ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଅନେକ ଅଭିଯାନ ଚାଲିଛି, କିନ୍ତୁ ଜନସାଧାରଣ ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ଜନସଂଖ୍ୟା ପ୍ରସଙ୍ଗରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଏକ ରାଲିରେ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ଭଲ ସରକାରୀ ସୁବିଧା ପାଇବା ପାଇଁ ମହିଳାମାନଙ୍କୁ ନିଜ ପରିବାରକୁ ଛୋଟ ରଖିବାକୁ ଅନୁରୋଧ କରିଥିଲେ ଏବଂ ଦୁଇରୁ ଅଧିକ ସନ୍ତାନ ନ କରିବାକୁ ଅନୁରୋଧ କହିଥିଲେ।

ଦଳର ଜନ ସମ୍ମାନନ ରାଲିରେ ମାଭାଲ ଏବଂ ପିମ୍ପିରି ଚିଞ୍ଚୱାଡରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦଳର ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ମହୁୟୁତି ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଯୋଜନାଗୁଡିକ ସମ୍ପର୍କରେ ବର୍ଣ୍ଣନା କରି ପାୱାର ମହିଳାମାନଙ୍କୁ କହିଥିଲେ ଯେ ସେମାନଙ୍କ ପରିବାରକୁ ଦୁଇ ପିଲାଙ୍କ ମଧ୍ୟରେ ସୀମିତ ରଖନ୍ତୁ, ଯାହା ଦ୍ବାରା ସେମାନେ ଅଧିକ ସରକାରୀ ସୁବିଧା ପାଇପାରିବେ।

ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ସନ୍ତାନ ଜନ୍ମ ଈଶ୍ବରଙ୍କ କୃପା ଦ୍ୱାରା ନୁହେଁ ବରଂ ସ୍ୱାମୀଙ୍କ ଯୋଗୁ ହୋଇଥାଏ। ଏଥିରେ କୌଣସି ଐଶ୍ୱରୀୟ ହସ୍ତକ୍ଷେପ ହୋଇ ନ ଥାଏ। ଏଥିସହ ସେ ହିତାଧିକାରୀଙ୍କୁ ଆଶ୍ୱାସନା ଦେଇଥିଲେ ‘ମୁଖମନ୍ତ୍ରୀ ମାଝି ଲଡକି ବହେନ’ଯୋଜନାର ପାଣ୍ଠି ପ୍ରତ୍ୟାହାର କରାଯିବ ନାହିଁ।

ଅଜିତ ପାୱାର ତାଙ୍କ ଭାଷଣରେ କହିଥିଲେ ମୁଁ ସମସ୍ତ ଧର୍ମ ଏବଂ ଜାତିର ମହିଳାମାନଙ୍କୁ ପରିବାରକୁ ଦୁଇ ପିଲାଙ୍କ ମଧ୍ୟରେ ସୀମିତ ରଖିବାକୁ ଅନୁରୋଧ କରୁଛି। ଯଦି ତୁମେ ତୁମର ପରିବାରର ଆକାରକୁ ଛୋଟ ରଖ, ତୁମେ ତୁମର ପିଲାମାନଙ୍କର ଭଲ ଯତ୍ନ ନେବାକୁ ସକ୍ଷମ ହେବ। ସେମାନଙ୍କୁ ଅଧିକ ଧ୍ୟାନ ଦେବା ଏବଂ ସେମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରିବାକୁ ସମର୍ଥ ହେବ। ତୁମର ପିଲାମାନେ ଏବଂ ତୁମେ ଏକ ଭଲ ଜୀବନ ବିତାଇ ପାରିବ।

ଅଜିତ ପାୱାର ମୁଖ୍ୟମନ୍ତ୍ରୀ ମାଝି ଲଡକି ବହେନ ଯୋଜନାର ଟଙ୍କା ପ୍ରତ୍ୟାହାରକୁ କେବଳ ଗୁଜବ ବୋଲି କହିଛନ୍ତି। ସେ ମହିଳାମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ନାହିଁ।

ସୂଚନାଯୋଗ୍ୟ, ମହାୟୁତି ସରକାରଙ୍କ ସହଯୋଗୀ ବିଧାୟକ ରବି ରାଣା ନିକଟରେ ଏକ ମନ୍ତବ୍ୟ ଦେଇଥିଲେ ଯେ ଯଦି ମହିଳାମାନେ ମହୁୟୁତି ସହଯୋଗୀ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନ ଦିଅନ୍ତି, ତେବେ ଏହି ଯୋଜନାର ଟଙ୍କା ପ୍ରତ୍ୟାହାର କରାଯିବ।

Spread the love