୨ ଜଣ ଏସ୍‌ଓଜି ଯବାନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେପି

ଭୁବନେଶ୍ୱର:କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଗୁଳିବିନିମୟରେ ୫ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ସହିଦ ହୋଇଥିଲେ । ଏ ନେଇ ବିଜେପି ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସମୀର  ମହାନ୍ତି ଟୁଇଟ କରି କହିଛନ୍ତି ଯେ; ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ବେଳେ ଗୁଳିବିନିମୟରେ ୫ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ସହିଦ ହୋଇଛନ୍ତି। ସହିଦ ଏସ୍‌ଓଜି ଯବାନ ମୟୂରଭଞ୍ଜ ଜିଲ୍ଲାର ସୁଧୀର କୁମାର ଟୁଡୁ ଓ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ ଙ୍କୁ ମୋର ଶ୍ରଦ୍ଧାଞ୍ଜଳି।ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଟୁଇଟ କରି କହିଛନ୍ତି ଯେ; ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୫ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ସହିଦ ହୋଇଛନ୍ତି।

ସହିଦ ଏସ୍‌ଓଜି ଯବାନ ମୟୂରଭଞ୍ଜ ଜିଲ୍ଲାର ସୁଧୀର_କୁମାର_ଟୁଡୁ ଓ ଅନୁଗୁଳ ଜିଲ୍ଲାର  ଦେବାଶିଷ_ସେଠୀ ଙ୍କୁ ମୋର ଶ୍ରଦ୍ଧାଞ୍ଜଳି।

କଳାହାଣ୍ଡିରେ ପୋଲିସ-ମାଓବାଦୀଙ୍କ ଗୁଳିବିନିମୟରେ ଏସଓଜି ଯବାନ ସୁଧୀର କୁମାର ଟୁଡ଼ୁ ଓ ଦେବାଶିଷ ସେଠୀ ସହିଦ ହୋଇଥିବା ଶୁଣି ବିଜେପି ନେତା ବୈଜୟନ୍ତ ପଣ୍ଡା  ଗଭୀର ଶୋକ ପ୍ରକାଶ କରିଛନ୍ତି।ଶ୍ରୀଯୁକ୍ତ ପଣ୍ଡା ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ଓ ଏହି ଘଟଣାରେ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Spread the love