ଆଜିଠୁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ରୋମକୁ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ । ଏଥି ସହିତ ବିଦେଶ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ଖାଦ୍ୟ ଯୋଗାଣ ସଚିବ ଭିଭି ଯାଦବ ଓ ଆବାସିକ କମିଶନର ରବି କାନ୍ତ ଦିଲ୍ଲୀରେ ପହଞ୍ଚିବେ ।  ମିଳିଥିବା ସୂଚନା ଅନୁଯାୟୀ ରୋମରେ ଆୟୋଜିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ପରେ ଓଡ଼ିଶା ଖାଦ୍ୟ ସୁରକ୍ଷଶ ସଫଳତାର କାହାଣୀ ବଖାଣିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୪ ତାରିଖ ଯାଏ ରୋମରେ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଜଣାପଡ଼ିଛି ।

Spread the love