ଫ୍ରିଜର ଥଣ୍ଡା ପାଣି ନେଇପାରେ ଆପଣଙ୍କ ଜୀବନ
ଅତ୍ୟଧିକ ଗରମରୁ ରକ୍ଷା କରିପରିବ କେବଳ ଥଣ୍ଡା ପାଣି । ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାଣି ପିଇବାକୁ ଆମେ ବାଧ୍ୟ ହୋଇଥାଉ । ଘରେ ଥିଲେବି ପିଇଥାଉ ଏବଂ ବାହାରେ ଥିଲେ ଦୋକାନରୁ କିନି ପିଇଥାଉ । ଯାହାବି ହେଉ ପଛେ ଥଣ୍ଡା ପାଣି ହିଁ ପିଇଥାଉ ।କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଥଣ୍ଡା ପାଣି ପିଇବା ଦ୍ବାରା ମଧ୍ୟ ଆପଣଙ୍କ ଶରୀରର କ୍ଷତି ହୋଇଥାଏ । ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ ୫ଟି ବଡ କ୍ଷତି ବିଷୟରେ ଯାହା ଫ୍ରିଜର ଥଣ୍ଡା ପାଣି ପିଇବା ଦ୍ବାରା ହୋଇଥାଏ ।
ପ୍ରତ୍ୟେକ ଦିନ ଥଣ୍ଡା ପାଣି ପିଇବା ଦ୍ବାରା ଟଂନସିଲର ସମସ୍ୟା ଦେଖା ଦେଇଥାଏ । ଏହା ସହିତ ପାଚନ ପକ୍ରିୟା ସହିତ ଜଡିତ ଅନେକ ପ୍ରକାରର ରୋଗ ହୋଇଥାଏ । ତେଣୁ ଫ୍ରିଜ୍ ପାଣି ନପିଇ ସାଧାରଣ ପାଣି ପିଅନ୍ତୁ ।
ଥଣ୍ଡା ପାଣି ଶରୀରର ପାଇଁ କ୍ଷତି କାରକ ହୋଇଥାଏ । ବାରମ୍ବାର ଯଦି ଏହି ସମସ୍ୟା ଦେଖାଯାଏ ତେବେ ଏହା ହାର୍ଟ ବିଟ୍ ଉପରେ ପ୍ରଭାବ ପକାଇଥାଏ ।
ଫ୍ରିଜ୍ ପାଣିକୁ କୃତିମ ଆକାରରେ ଥଣ୍ଡା କରାଯାଏ । ତାପମାତ୍ରା ନିର୍ଧାରିତ ନରହିବା କାରଣରୁ ବାରମ୍ବାର ଫ୍ରିଜରେ ଥିବା ପାଣି ଥଣ୍ଡା ହୋଇଥାଏ ଏବଂ ଗରମ ମଧ୍ୟ ହୋଇଥାଏ । ସାଧାରଣତଃ ଫ୍ରିଜରେ ଥିବା ପାଣିର ତାପମାତ୍ରା ସାମାନ୍ୟ ଠାରୁ ଅଧିକ ହୋଇଥାଏ ଯେଉଁ କାରଣରୁ ଥଣ୍ଡା-କାଶର ସମସ୍ୟା ହୋଇଥାଏ ।
ଶରୀର ଶିଘ୍ର ଥଣ୍ଡା ପାଣି ପାଇଁ ଅଭ୍ଯସ୍ଥ ହୋଇପାରେ ନାହିଁ ତେଣୁ ଅନେକ ସମୟରେ ଥଣ୍ଡା ପାଣି ପିଇବା ଦ୍ବାରା ଗଳା ଖରାପ ହୋଇଯାଇଥାଏ ।ଖରାପ ଗଳା ଯୋଗୁଁ ନା ଖାଲି କଥା କହିବାରେ ଅସୁବିଧା ହୋଇଥାଏ ଏହା ସହିତ ଗଳାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯେଉଁ କାରଣ ପାଇଁ ବିରକ୍ତି ଲାଗିଥାଏ ।