କବ୍ଜା କରିଛି କମ୍ପାନୀ; ଜମି ପାଖକୁ ଯିବାକୁ ରାସ୍ତା ନାହିଁ, ହଇରାଣ ହେଉଛନ୍ତି ଜମି ମାଲିକ

ଭୁବନେଶ୍ୱର : ଭୁବନେଶ୍ୱର କାହାର ଇଛା ନ ହୁଏ ଛୋଟିଆ ଘରଟିଏ ତିଆରି କରି ନିଜର ପରିବାର ଖୁସିରେ ରହିବାକୁ । ଏଠାରେ ଠିକ ବିପରୀତ ଘଟଣା ଘଟୁଛି।  କିନ୍ତୁ ଧୀରେ ଧୀରେ  ଜମି ମାଲିକମାନେ  ଶାଗମାଛ ପରି କମ ମୂଲ୍ୟରେ ସ୍ଥାନୀୟ ଜମି ମାଫିଆଙ୍କୁ ବିକ୍ରି କରିବାକୁ ଦେଉଛନ୍ତି। କମ୍ପାନୀ ବାହୁବଳ, ପୋଲିସ ଦ୍ଵାରା, ଅନ୍ୟ ସଂପକୀୟ ଦ୍ଵାରା  ଜାଗା ମାଡି ବସୁଛନ୍ତି।   ଏପରି କି ମାଲିକ ନିଜର ଜମି ପାଖକୁ ଯିବାକୁ ହେଲେ ସମୃକ୍ତ କମ୍ପାନୀ   ରାସ୍ତା  ଦେଉନାହିଁ।  ଯଦିଓ ଜମି ମାଲିକ ସ୍ଥାନୀୟ ପୋଲିସ ଥାନାକୁ ଯାଇ କମ୍ପାନୀ ନାମରେ ଲିଖିତ ଅଭିଯୋଗ ଦେଲେ ମଧ୍ୟ୍ୟ ପୋଲିସ ଅଧିକାରୀମାନେ କୌଣସି ପଦକ୍ଷେପ  ନେଉ ନାହାନ୍ତି। କାରଣ ରାଜନୀତି ଚାପ ଏବଂ କିଛି ଟେବୁଲ ତଳ ଦେଇଦେଲେ ପୋଲିସ ଥାନା ଅଧିକାରୀମାନେ ଚୁପ ହୋଇ ବିପରୀତରେ ଜମି ମାଲିକଙ୍କୁ ମାନସିକ ଚାପ ପକାଇବାରେ କୌଣସି ବାଟ ଛାଡ଼ିନଥାନ୍ତି।   ଯେତେ ଅଭିଯୋଗ ଦେଲେ ମଧ୍ୟ୍ୟ କୌଣସି କାର୍ଯ୍ୟକାରୀ ହେବନାହିଁ।  ଏମିତି କି ଅନେକ ଜମି ମାଲିକମାନେ ଏହି ଜାଲିଆତିର ଶିକାର ସମ୍ମୁଖୀନ ନ ହେବା ଲାଗି ଜମି ପାଖକୁ ଆସୁନାହାନ୍ତି।

Spread the love