ଗାଈକୁ ଟାଣିନେଲା କୁମ୍ଭୀର

ଭଦ୍ରକ : ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ଆରଡି ଫାଣ୍ଡି ଅନ୍ତର୍ଗତ ସାଠିବାଙ୍କୁଡା ଗ୍ରାମର ସହଦେବ ପଲାଇଙ୍କ ଗାଈକୁ କୁମ୍ଭୀର ଟାଣିନେଇଥିବା ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ବୈତରଣୀ ନଦୀ ପଠାରେ ଗାଈଟି ଚରୁଥିଲା। ସେତିକିବେଳେ ଏକ କୁମ୍ଭୀର ଗାଈକୁ ଝାମ୍ପି ନେଉଥିବା ବେଳେ ନଦୀର ଅପର ପାଶ୍ୱୱର୍ରେ ଥିବା ଯାଜପୁର ଜିଲ୍ଲା ବଳରାମପୁର ଗ୍ରାମର କିଛି ବ୍ୟକ୍ତି ଦେଖି ଡାକ ପକାଇଥିଲେ। ହେଲେ କେହି ଶୁଣି ନ ଥିଲେ। ଅପରପକ୍ଷେ ସନ୍ଧ୍ୟାରେ ଗାଈ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଆଜିି ସକାଳେ ଗ୍ରାମ ନିକଟ ନଦୀ ପଠାରେ କ୍ଷତବିକ୍ଷତ ଅବସ୍ଥାରେ ଗାଈଟି ମରିପଡିଥିବାର ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ସହଦେବ ଘଟଣାସ୍ଥଳରେ ପହଞ୍ଚି ଗାଈକୁ ଚିହ୍ନଟ କରିଥିଲେ। ବୈତରଣୀ ନଦୀରେ ବାରମ୍ବାର କୁମ୍ଭୀର ମଣିଷ ସମେତ ଗୃହପାଳିତ ପଶୁଙ୍କୁ ଟାଣିନେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Spread the love