ରାଜଧାନୀରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ ନୁହେଁ, କିନ୍ତୁ ସତର୍କ ରହିବାକୁ ପଡ଼ିବ

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁର ସ୍ଥିତି ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ ବିଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ଟିକେ ଅଧିକ ରହିଛି। ପ୍ରତ୍ୟେକ ଦିନ ଟେଷ୍ଟ କରାଯାଉଛି। ପ୍ରତ୍ୟେକ ଦିନ ପାଖାପାଖି ୨୦୦ ଲୋକଙ୍କ ପରୀକ୍ଷା ହେଉଛି। ସେଥିରୁ ପ୍ରାୟ ୫୦ ଜଣ ପିଜେଟିଭ ବାହାରୁଛନ୍ତି। ଏମାନଙ୍କ ଭିତରୁ ପ୍ରତିଦିନ ୧୫ ଜଣ ଲେଖାଏ ସବୁ ଦିନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଆହୁରି କହିଛନ୍ତି, ସ୍ଥିତି ଯଦିଓ ଉଦବେଗଜନକ ନୁହେଁ, ତଥାପି ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ମଶା କାମୁଡ଼ିବା ସ୍ଥାନରେ ଯଦି ରହୁଛନ୍ତି, ଜର ଦୁଇ ତିନି ଦିନ ହେଲା କମୁନି, ବାନ୍ତି ଲାଗୁଛି, ଦେହ ଘୋଳାବିନ୍ଧା ହେଉଛି ତାହାଲେ ତୁରନ୍ତ ହସ୍ପିଟାଲ ଯାଇ ଟେଷ୍ଟ କରନ୍ତୁ। ଅଧିକ ଗୁରୁତର ହେବା ଯାଏ ଅପେକ୍ଷା କରନ୍ତୁ ନାହିଁ।

Spread the love