Skip to content
Thursday, May 22, 2025
Latest:
  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ
  • ଭୁବନେଶ୍ୱରରେ ପେଟ୍ରୋଲ ଦର କେତେ ? ଘରେ ରହି ଜାଣନ୍ତୁ ରେଟ
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜ୍ୟ 

ସୁଭଦ୍ରା ଯୋଜନା : ଆସନ୍ତା କାଲି ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ଟଙ୍କା, ସ୍ପଷ୍ଟ କଲେ ଉପମୁଖ୍ୟମନ୍ତ୍ରୀ

October 8, 2024October 8, 2024 Satya state, the-deputy-chief-minister-said-that-subhadra-rupees-will-go-to-the-account-before-1200-on-the-9th

ଭୁବନେଶ୍ୱର : ସୁଭଦ୍ରା ଯୋଜନା ନେଇ ବଡ ଅପଡେଟ୍ । କାଲି ସୁଭଦ୍ରା ଟଙ୍କା ଆସିବା ନେଇ ଘୋଷଣା କରାଯାଇଥିବା ବେଳେ କେତେବେଳେ ଆସିବ ଆଜି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ୧ ଟଙ୍କା ଆକାଉଣ୍ଚକୁ ଯାଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । କାହାରି ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ଏଥିପାଇଁ ବ୍ୟସ୍ତ ନହୋଇ ଅପେକ୍ଷା କରନ୍ତୁ ।

ଆସନ୍ତାକାଲି ସବୁ ହିତାଧିକାରୀଙ୍କ ଆକାଉଣ୍ଚକୁ ଟଙ୍କା ଯିବା ନେଇ କହିଛନ୍ତି ପ୍ରଭାତି ପରିଡା । ୯ ତାରିଖ ଦିନ ୧୨ଟା ପୂର୍ବରୁ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ତେବେ ଆଶ୍ୱସ୍ତ ରୁହୁବା ସହ ଭିଡ଼ ନ ଜମାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡା । ପ୍ରତ୍ୟେକ ଦିନ ୩୦ ହଜାର ମହିଳା ଏହି ଯୋଜନାରେ ଯୋଡ଼ି ହେଉଛନ୍ତି । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଯିବାର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Post Views: 817
Spread the love
  • ← ରାଜ୍ୟ ସକ୍ରିୟ ସଦସ୍ୟ ସମୀକ୍ଷା ସମିତି ଗଠନ
  • ୬,୦୧୫ ଭୋଟ ବ୍ୟବଧାନରେ ଯୋଗେଶ କୁମାରଙ୍କୁ ହରାଇଲେ ଭିନେଶ ଫୋଗଟ୍‌ →

ADVT

Recent Posts

  • ଏରୋନଟିକ୍ସ୍ ମହାବିଦ୍ୟାଳୟର ଯୁକ୍ତଦୁଇରେ ଆଶାନୁରୂପ ଫଳାଫଳ May 22, 2025
  • ଜୁନ ୩୦ ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା May 21, 2025
  • ଭୁବନେଶ୍ବରରେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚର୍ ଅର୍ଗାନାଇଜେସନ୍ (ଇସ୍ରୋ)ର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ May 20, 2025
  • ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି: ଡକ୍ଟର ତ୍ୟାଗୀ May 19, 2025
  • ଭୁବନେଶ୍ୱରରେ ପେଟ୍ରୋଲ ଦର କେତେ ? ଘରେ ରହି ଜାଣନ୍ତୁ ରେଟ May 17, 2025

Calendar

May 2025
M T W T F S S
 1234
567891011
12131415161718
19202122232425
262728293031  
« Apr    
Copyright © 2025 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.