ଅମିତାଭଙ୍କ ପ୍ରତି ଆକର୍ଷିତ ହୋଇଥିଲେ ନିର୍ଦ୍ଦେଶକଙ୍କ ପତ୍ନୀ

ଭାରତୀୟ ଚଳଚ୍ଚିତ୍ର ଜଗତ ବିଗ୍‌ ବି ଭାବେ ପରିଚିତ ଅମିତାଭ ବଚ୍ଚନ। ନିଜର କଳା ପ୍ରତିଭା ଯୋଗୁଁ ଭାରତୀୟ ଚଳଚ୍ଚିତ୍ର ଜଗତରେ ଗତ ୫ ଦଶନ୍ଧୀ ଧରି ଏକ ପ୍ରକାର ଅପ୍ରତିଦ୍ବନ୍ଦ୍ବୀ ଅଭିନେତାର ସମ୍ମାନ ପାଇଛନ୍ତି। ନିଜର ଅଭିନୟ ପାଇଁ ସେ ଯେତିକି ଚର୍ଚ୍ଚାରେ ରହିଛନ୍ତି ସେତିକି ସେ ତାଙ୍କର ଗମ୍ଭୀର କଣ୍ଠସ୍ବର ପାଇଁ ସେ ସେତିକି ଜନାଦୃତ ପାଇଛନ୍ତି। ତେବେ ତାଙ୍କର ଏହି କଣ୍ଠସ୍ବରକୁ ଆଦୃତି ପଛରେ ଏକ ରୋଚକ ଘଟଣା ରହିଛି। ଖ୍ୟାତନାମା ନିର୍ଦ୍ଦେଶକ ବସୁ ଭଟ୍ଟାଚାର୍ଯ୍ୟ ନିଜର ଏକ ଚଳଚ୍ଚିତ୍ର ପାଇଁ ସଞ୍ଜୀବ କୁମାରଙ୍କୁ ମୁଖ୍ୟ ଅଭିନେତା ଭାବେ ଚୟନ କରିଥିଲେ।

ପାର୍ଶ୍ବ ଅଭିନେତା ଭାବେ କାହାରିକୁ ଗ୍ରହଣ କରିବେ ସେନେଇ ସେ ଏକ ନୂଆ ଚେହେରା ଖୋଜୁଥିଲେ। ଏହି ସମୟରେ ପାର୍ଶ୍ବ ଅଭିନେତା ନିମନ୍ତେ ଅମିତାଭଙ୍କ ନାମକୁ କେହି କେହି ସୁପାରିଶ କରିଥିଲେ। ଏହି ସୁପାରିଶ ତାଲିକାରେ ନିର୍ଦ୍ଦେଶକ ଭଟ୍ଟାଚାର୍ଯ୍ୟଙ୍କ ପତ୍ନୀ ରିକି ରାୟ ଥିଲେ ଅନ୍ୟତମ। ଏକଦା ତାଙ୍କ ପଡ଼ୋଶୀ ଧର୍ମଗୁରୁ ପତ୍ରିକାର ସମ୍ପାଦକ ଡ ଧର୍ମ ଭାରତୀଙ୍କ ଛାତ ଉପରେ ଅମିତାଭ ତାଙ୍କ ପିତା ହରିବଂଶ ରାୟଙ୍କ କବିତା ଆବୃତି କରୁଥିଲେ, ଯାହା ରିକିଙ୍କୁ ଗଭୀର ପ୍ରଭାବିତ କରିଥିଲା। ତେବେ ରିକିଙ୍କ ଏହି ପ୍ରସ୍ତାବକୁ ବାସୁ ଭଟ୍ଟାଚାର୍ଯ୍ୟ ଅଗ୍ରାହ୍ୟ କରିଦେଇଥିଲେ। ପାର୍ଶ୍ବ ଅଭିନେତା ପାଇଁ ନିଜର ପଡ଼ୋଶୀ ଦୀନେଶ ଠାକୁରଙ୍କୁ ସୁଯୋଗ ଦେଇଥିଲେ।

Spread the love