ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁରେ ତାତିଲା ସଂଘ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଗରେ ନ୍ଯାୟ ଦାବିରେ ଶବ ରଖି ମୃତକଙ୍କ ପରିବାର ଲୋକଙ୍କ ଧାରଣା। ସୂଚନା ମୁତାବକ, ଗତ ୧୧ ତାରିଖରେ ବାସୁଦେବପୁର ଟ୍ରାଫିକ ଛକରେ ଏକ ମାଲବାହୀ ଟ୍ରକ କିଛି ମୋଟର ସାଇକେଲ ଉପରେ ଚଢିଯାଇଥିଲା । ତେବେ ଏହି ଘଟଣାରେ ଉତ୍ତ୍ୟକ୍ତ ଲୋକ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ । ମାଡ଼ରେ ଡ୍ରାଇଭର ଆହତ ହେଇଥିଲେ । ପ୍ରଥମେ ତାଙ୍କୁ ବାସୁଦେବପୁର ପରେ ସୋର ଓ କଟକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ତାର ମୃତ୍ୟୁ ଘଟିଛି ।

ଆଜି ତାର ମୃତଦେହ ଥାନା ଆଗରେ ରଖି ମୃତକଙ୍କ ସମ୍ପର୍କୀୟ ଡ୍ରାଇଭର ସଙ୍ଘ ପକ୍ଷରୁ ନ୍ଯାୟ ଦାବି କରି ଧାରଣାରେ ବସିଛନ୍ତି । ମୃତକ ସୋର ଥାନା ମାଣତ୍ରି ପଂଚାୟତର ସୁଦର୍ଶନ ଜେନାଙ୍କ ପୁଅ ରବିନ୍ଦ୍ର ଜେନା ବୋଲି ଜଣାପଡିଛି । ସେମାନଙ୍କର ଦାବି ରହିଛି ତୁରନ୍ତ ଡ୍ରାଇଭରକୁ ମାଡ଼ ମାରିଥିବା ଲୋକଙ୍କୁ ଗିରଫ କରିବା ସହିତ କ୍ଷତି ପୂରଣ ଦାବି କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଧାରଣାକାରୀଙ୍କୁ ବୁଝା ସୁଝା ଚଳାଇଛି ।

Spread the love