ନୋ ଫ୍ଲାଇଂ ଜୋନ୍ରେ ଉଡ଼ିଲା ଡ୍ରୋନ୍, ପୁଲିସକୁ ଚକ୍ମା ଦେଖାଇ ପଳାଇଲା
ପୁରୀ : ରଥଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ଶ୍ରୀମନ୍ଦିର ଆଖପାଖ ସହ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ପୁଲିସର ବିନା ଅନୁମତିରେ କେହି ବି ବଡ଼ଦାଣ୍ଡରେ ଡ୍ରୋନ୍ ଉଡ଼ାଇ ପାରିବେନି ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି। ରଥଯାତ୍ରା ଉପଲକ୍ଷେ ଏହି କଟକଣା ଜାରି ହୋଇଛି। ତଥାପି ଆଜି ପୁଲିସକୁ ଚକ୍ମା ଦେଖାଇ ସିଂହଦ୍ବାରରେ ଆକାଶ ମାର୍ଗରେ ଡ୍ରୋନ୍ ଉଡ଼ିଛି।