ଚାଷୀଙ୍କୁ ଦଳିଦେଲା ହାତୀ

ହାତୀ ଆକ୍ରମଣରେ ଚାଷୀ ମୃତ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଭଗୀପୁର ବନାଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଭଗୀପୁର ବନାଞ୍ଚଳର ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଚାଷୀ ଜଣକ ହେଲେ ବାଙ୍କ ମହାନ୍ତି ।
ନିଜ ଚାଷ ଜମିକୁ ଯାଇଥିବା ସମୟରେ ହାତୀଟି ତାଙ୍କୁ ଦଳି ଦେଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଠାରେ ଉତେଜନା ଦେଖିବାକୁ ମିଳିଥିଲା ।

Spread the love