ସମ୍ୱାଦ’ ଅଫିସରେ EOWର ୧୨ ଜଣିଆ ଟିମ୍ କରୁଛନ୍ତି ଚଢାଉ

ଭୁବନେଶ୍ବର :  ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ପ୍ରତିକ୍ରିୟା ମିଳିନାହିଁ । ଋଣ ମାମଲାରେ ସମ୍ବାଦ HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ସେ ହାଜର ହୋଇ ନଥିଲେ । ଭୁବନେଶ୍ବର ସମ୍ବାଦ ଅଫିସରେ ଯାଞ୍ଚ କରୁଛି ୧୨ ଜଣିଆ ଇଓଡବ୍ଲ୍ୟୁ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କ୍ରାଇମବ୍ରାଞ୍ଚର ୧୨ ଜଣ ଡିଏସପି, ୬ ଜଣ ଇନିସପେକ୍ଟର । ସମ୍ବାଦ ଖବରକାଗଜ କର୍ମଚାରୀଙ୍କ ନାଁରେ ଋଣ ଉଠେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ପୂର୍ବତନ କର୍ମଚାରୀ EOWରେ ଅଭିଯୋଗ କରିଥିଲେ । ସମ୍ବାଦର HR ମୁଖ୍ୟଙ୍କ ନାଁରେ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ IPCର ଧାରା ୪୧୯, ୪୨୦, ୪୬୭, ୪୬୮ ଓ ୪୭୧ରେ ରୁଜୁ ହୋଇଛି ମାମଲା ।

Spread the love