‘ଗଙ୍ଗୁବାଇ କାଠିଆୱାଡି, ପ୍ରଥମ ଦିନରେ ରୋଜଗାର କଲା ୧୦ କୋଟି…

ନୂଆଦିଲ୍ଳୀ ୨୬।୦୨: ବହୁ ବାଦ ବିବାଦ ପରେ ରିଲିଜ୍‌ ହେଲା ଫିଲ୍ମ ଗଙ୍ଗୁବାଇ କାଠିଆୱାଡି । ଶୁକ୍ରବାର ଦିନ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମଟି ଖୁବ୍‌ କଲେକ୍ସନ କରିଛି। ପ୍ରଥମ ଦିନରେ ପ୍ରାୟ ୧୦କୋଟି ଟଙ୍କାର ବ୍ୟବସାୟ କରିଛି । ଚଳଚ୍ଚିତ୍ରକୁ ନେଇ ଏପର୍ଯ୍ୟନ୍ତ ଅନେକ ବିବାଦ ଦେଖାଦେଇଛି ଏବଂ ଏହି କାରଣରୁ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ରହିଛି ।ତେବେ  ରୋଜଗାରର ଆହୁରି ଦିନ ଅଛି ତେବେ ଆଗକୁ ଜଣା ପଡିବ କି ଫିଲ୍ମଟି ରେକର୍ଡ ଭାଙ୍ଗୁଛି କି ନାହିଁ ।

ଏହା ପ୍ରଥମ ଥର ନୁହେଁ ସଞ୍ଜୟ ଭନସାଲୀଙ୍କ ଅନେକ ଫିଲ୍ମ ବିବାଦରେ ରହିଛି । ଏବେ ଏହି ଫିଲ୍ମଟି  ତାଲିକାରେ ଆସିଛି । ଏହି ଫିଲ୍ମର ପ୍ରମୋସନ୍ ପାଇଁ ଆଲିଆ ଅନେକ ସ୍ଥାନରେ ପହଞ୍ଚି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ତାଙ୍କୁ ଗାଙ୍ଗୁବାଇ ଶୈଳୀରେ ଅଭିବାଦନ ଜଣାଇଥିଲେ। ଯାହାକୁ ଦେଖି ଫ୍ୟାନ୍ସମାନେ ବହୁ ଖୁସି ହୋଇଥିଲେ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।

ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଗାଙ୍ଗୁବାଇ କାଠିଆୱାଡି ୯.୫୦-୧୦ କୋଟି ମଧ୍ୟରେ ସଂଗ୍ରହ କରି ପ୍ରଥମ ଦିନରେ ଏକ ଧମାକା କରିଛି । ଆଗକୁ ବ୍ୟବସାୟ ଆହୁରି ଭଲ ହୋଇପାରେ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି। ଏହି ଫିଲ୍ମଟି ହୁସେନ୍ ଜାଇଡିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ । ଯାହାକୁ ଏହି ଫିଲ୍ମରେ ଦର୍ଶାଯାଇଛି ।

Spread the love