ଯାଜପୁର ଜଙ୍ଗଲରେ ଲାଗିଲା ନିଆଁ

ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗି ବ୍ୟାପକ ପରିମାଣର କ୍ଷୟକ୍ଷତି ଘଟି ଚାଲିଛି। ଶିମିଳିପାଳରେ ଭୟାବହ ଅଗ୍ନିକାଣ୍ଡ ଲାଗି ବ୍ୟାପକ କ୍ଷୟକ୍ଷତି ହେବା ସାରା ରାଜ୍ୟରେ ଚହଳ ପକାଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଏକ ସମ୍ବେଦନଶୀଳ ଘଟଣା ପାଲଟିଛି। ଏବେ ଯାଜପୁର ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଓଳାଶୁଣୀ ପାହାଡ଼ ପାଦ ଦେଶରେ ନିଆଁ ଲାଗି ବହୁ ଜଙ୍ଗଲ ଜଳି ଯାଇଛି।

ଆଜି କୌଣସି କାରଣ ଯୋଗୁ ନିଆଁ ଲାଗି ପାଖାପାଖି ତିନି ଏକର ଜଙ୍ଗଲ ଜଳି ଯାଇଛି। ଏଥିରେ ବହୁ ମୂଲ୍ୟବାନ ଗଛ ଜଳି ଯାଇଛି। ଘଟଣା ସ୍ଥଳରେ ଡେରାବିଶ ଅଗ୍ନିଶମ ବାହିନୀ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ଚଣ୍ଡିଖୋଲ ବନ ଖଣ୍ଡ ଅଧିକାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ବଡ଼ଚଣା ଅଂଚଳର ବିଭିନ୍ନ ଜଙ୍ଗଲ ରେ ନିଆଁ ଲାଗିଥିଲା। ତେବେ ଏଠାରେ କେମିତି ନିଆଁ ଲାଗିଲା ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Spread the love