ଏମିତି ଏକ ଦ୍ୱୀପ ଯେଉଁଠାରେ ପଥର ଦେଇ ଆପଣ ବହୁ ମୂଲ୍ୟବାନ ଜିନିଷ କିଣି ପାରିବେ

ଯେକୌଣସି ଜିନିଷ କିଣିବା ଏବଂ ବିକିବା ପାଇଁ କାହିଁ କେଉଁ ଶତାବ୍ଦୀ ପୂର୍ବରୁ ଟଙ୍କା ପଇସାର କାରବାର ଆରମ୍ଭ ହୋଇଥିଲା। ଆଜିକା ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶର ନିଜସ୍ୱ ମୁଦ୍ରା ଅଛି । ଏକବିଂଶ ଶତାବ୍ଦୀରେ ବିଶ୍ବ କେଉଁଠାରୁ କେଉଁଠି ଯାଇ ପହଞ୍ଚିସାରିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଚାଲିଥାଏ ପଥର ମୁଦ୍ରା । ଏଠାରେ ଜିନିଷଗୁଡିକ ପଥର ଦେଇ କିଣା ବିକା କରାଯାଏ। ତେବେ ଏବେ ସୋସିଆଲ ମିଡିଆରେ ଏହି ପଥର ମୁଦ୍ରା ବିଷୟରେ ଅନେକ ଚର୍ଚ୍ଚା ହେଉଛି। ଏଠାରେ କୌସି କାଗଜ ନୋଟ୍ ଏବଂ ମୁଦ୍ରା ମଧ୍ୟ କାମ କରେ ନାହିଁ । ଏଠାରେ ଲୋକମାନେ ପଥରକୁ ମୁଦ୍ରା ଭାବରେ ବ୍ୟବହାର କରନ୍ତି ।

ସୂଚନା ଥାଉକି, ଯେତେବେଳେ ଦୁନିଆରେ ମୁଦ୍ରାର ବ୍ଯବହାର ଆରମ୍ଭ ହୋଇନଥିଲା, ଲୋକମାନେ ଜିନିଷ କିଣିବା ପାଇଁ ବାର୍ଟର ସିଷ୍ଟମ ବ୍ୟବହାର କରୁଥିଲେ | ବାର୍ଟର ସିଷ୍ଟମରେ ସମାନ ମୂଲ୍ୟର ସାମଗ୍ରୀ ଦ୍ରବ୍ୟ ବଦଳରେ ଦିଆଯାଇଥିଲା` ଯଦି କେହି ଛେଳି କିଣିବାକୁ ଚାହାଁନ୍ତି, ତେବେ ତାଙ୍କୁ ବଦଳରେ ମେଣ୍ଢା କିମ୍ବା ଅନ୍ୟାନ୍ୟ ଜିନିଷ ଦେବାକୁ ପଡିଥାଏ। ଏପର୍ଯ୍ୟନ୍ତ ବି ପଥର ମୁଦ୍ରା ଚାଲିଥିବା ଏହି ସ୍ଥାନଟିର ନାମ ୟାପ ଦ୍ୱୀପ। ୟାପ ଦ୍ୱୀପ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ। ଏହା ଆଶ୍ଚର୍ଯ୍ୟଜନକ ଯେ ଗୋଟିଏ ପଟେ ଯେଉଁଠାରେ ମଣିଷ ଚନ୍ଦ୍ରରେ ପହଞ୍ଚିସାରିଲାଣି, ଅନ୍ୟ ପଟେ ଏହି ୟାପ ଦ୍ୱୀପରେ ପଥର ମୁଦ୍ରା ଏବେବି ବ୍ୟବହୃତ ହେଉଛି।

ତେବେ ଏହି ମହାଦେଶରେ ଛୋଟରୁ ମାନବ ଆକାରର ପଥର, ମୁଦ୍ରା ଭାବରେ ଚାଲିଥାଏ। ୟାପ ଦ୍ୱୀପ ପ୍ରାୟ ୧୦୦ ବର୍ଗ କିଲୋମିଟର ଉପରେ ବ୍ୟାପିଛି। ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି। ୟାପ ଦ୍ୱୀପରେ ଅନେକ ଛୋଟ ଗାଁ ଅଛି ।ଏଠାରେ ପ୍ରତ୍ୟେକ ପରିବାରର ପଥର ଆକାରରେ ମୁଦ୍ରା ଅଛି । ସେହି ପଥର ଉପରେ ପରିବାରର ନାମ ମଧ୍ୟ ଲେଖାଯାଇଛି। ଏହି ପଥର ମଧ୍ଯ ଭାଗରେ ଏକ ଛିଦ୍ର ଅଛି । ଯାହା ମୁଦ୍ରା ଭାବରେ ବିବେଚନା କରାଯାଏ। ପଥର ଯେତେ ଭାରୀ, ଏହାର ମୂଲ୍ୟ ସେତେ ଅଧିକ। ଅଧିକ ଏବଂ ଭାରୀ ପଥର ଥିବା ପରିବାର ଏଠାରେ ଧନୀ ବୋଲି ଧରାଯାଏ।

ତେବେ, ଏହି ପଥର ମୁଦ୍ରା କିପରି ଏବଂ କେବେ ଆରମ୍ଭ ହେଲା ତାହାର କୌଣସି ପ୍ରମାଣ ନାହିଁ। କିନ୍ତୁ ବିଶ୍ୱାସ କରାଯାଏ ଯେ ପଥର ମୁଦ୍ରା ବ୍ୟବହାର ପଛର କାରଣ ହେଉଛି ୟାପ ଦ୍ୱୀପରେ କୌଣସି ମୂଲ୍ୟବାନ କଞ୍ଚାମାଲ କିମ୍ବା ଧାତୁର ଅନୁପସ୍ଥିତି। ଏଠାରେ ସୁନା କିମ୍ବା କୋଇଲା ମଧ୍ୟ ମିଳେନାହିଁ । ଶତାବ୍ଦୀ ପୂର୍ବରୁ ଏଠାରେ ଚୂନ ପଥର ମୁଦ୍ରା ଭାବରେ ବ୍ୟବହୃତ ହୋଇ ଆସୁଛି ।

Spread the love