ଗୃହରେ ଉଠିଲା ସାମ୍ବାଦିକ ବୀମା ଯୋଜନା ପ୍ରସଙ୍ଗ । ବୀମାକୁ ୨୦ ଲକ୍ଷ ଯାଏ ବୃଦ୍ଧି କରିବାକୁ ତାରାଙ୍କ ଦାବି

ଗୃହରେ ଉଠିଲା ସାମ୍ବାଦିକ ବୀମା ଯୋଜନା ପ୍ରସଙ୍ଗ । ଖୁବଶୀଘ୍ର ବୀମାର ରିନିୱାଲ୍ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଥିସହ ବୀମାକୁ ୨୦ ଲକ୍ଷ ଯାଏଁ ବୃଦ୍ଧି ଏବଂ ଏଥିରେ ବାପା-ମାଆଙ୍କୁ ସାମିଲ କରିବାକୁ ଦାବି କରିଛନ୍ତି ତାରା । ବର୍ତ୍ତମାନ ଏହି ବୀମାରେ କର୍ମଜୀବୀ ସାମ୍ବାଦିକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । ସେହିପରି ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ଦାବି କହିଛନ୍ତି ତାରା ।

Spread the love