କେନ୍ଦ୍ରର ଚିଠି ବିଜେଡି ସରକାରକୁ ଭସ୍ମ କରିଦେବ : ମୋହନ ମାଝୀ

୫ଟି ସଚିବ ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜେଡିକୁ ପୁଣି ଘେରିଛି ବିଜେପି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ୫ଟି ସଚିବ ବିବାଦରେ ବିଷମ ସଙ୍କଟରେ ପଡିଛନ୍ତି ବିଜେଡି ଓ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଚିଠି ଆଗାମୀ ଦିନରେ ବିଜେଡି ସରକାର ପାଇଁ ବିପଦ ହେବ ।

କେନ୍ଦ୍ରର ଚିଠିକୁ ଛୋଟ ଭାବିବା ସେମାନଙ୍କ ମୁର୍ଖାମୀ । ଗୋଟିଏ ଧାଡିର ଚିଠି ଆଟମ ବମ ଭଳି ହେବ । ସରକାର ଭାଙ୍ଗିଯିବା ଭଳି ସ୍ଥିତି ହେବ । କେନ୍ଦ୍ରର ଚିଠି ବିଜେଡି ସରକାରକୁ ଭସ୍ମ କରିଦେବ । ବିଜେଡି ସାଂସଦ ଓ ବିଧାୟକମାନେ ଅସହାୟ । ସେମାନେ ୫-ଟି ସଚିବଙ୍କ ଦାସତ୍ୱ ସ୍ୱୀକାର କରିଛନ୍ତି । କାରଣ ଜେଲ ଯିବା ଓ ଟିକେଟ୍ କଟିବା ଭୟ ତାଙ୍କୁ ଘାରିଛି । ସେପଟେ, ଫାଇଭ୍–ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ସରକାରୀ କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ।

ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ଯାହାଙ୍କ ପାଖରେ କୌଣସି ଇସ୍ୟୁ ନଥାଏ, ସେମାନେ ଏମିିତି କୁହନ୍ତି । ଡିଓପିଟି ଚିିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆଗରୁ ଆସିଛି । ସରକାର ଲୋକଙ୍କ ନିକଟରେ ପହଁଚୁଛି ସେଥିଲେ ଲୋକ ଖୁସି । ଆଗାମି ନିର୍ବାଚନରେ ବିକାଶର ପ୍ରଭାବ ପଡିବ ।

Spread the love