୨୪ରେ ଆଖଣ୍ଡଳମଣୀ ଦେବଙ୍କ ହେବ ବିବାହ

ପବିତ୍ର ଶିବ ବିବାହ ପାଇଁ ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ପୀଠରେ ସରିଲା ଲଗ୍ନ ଧରା କାର୍ଯ୍ୟ। ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ବେଶ ଧୂମଧାମରେ ପାଳିତ ହେବ ଏହି ଶିବ ବିବାହ ଉତ୍ସବ । ଦେବ ଦେବ ମହାଦେବ ସାଜିବେ ବର ଆଉ ମାତ ପାର୍ବତୀ ସାଜିବେ କନ୍ଯା । ସେଥିପାଇଁ ଗତକାଲି ସମ୍ପୂର୍ଣ୍ଣ  ରିତିନୀତିରେ ସମ୍ପନ୍ନ ହୋଇଛି ଲଗ୍ନ ଧରା କାର୍ଯ୍ୟ । ପ୍ରଥମେ ବର କର୍ତା ପ୍ରମୋଦ ପାଢୀଙ୍କ ଘରୁ ଲଗ୍ନ ଧରି ସେବାୟତମାନେ ବାଜା ,ଘଣ୍ଟା ,କୀର୍ତ୍ତନର ତାଳେ ତାଳେ ମନ୍ଦିର ବେଢା ପରିକ୍ରମା କରିବା ସହ ବଜାର ପରିକ୍ରମା କରି ମାତା ପାର୍ବତୀଙ୍କ କର୍ତ୍ତା ମନୋରଜଂନ ପାଢୀଙ୍କ ଘରେ ପହଁଚି ଲଗ୍ନ ଧରା କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା ।

ସେଠାରେ ବ୍ରାହ୍ମଣର ମନ୍ତ୍ର ପାଠ ସହ ନାଅକ ଲଗ୍ନ ଚିତାଉ ଲେଖି ସର୍ବ ସମ୍ମୁଖରେ ପାଠ କରିଥିଲେ । ପରେ ସେହି ଲଗ୍ନ ଚିତାଉକୁ ବର କର୍ତାଙ୍କ ଘରେ ପଠନ କରାଯାଇଥିଲା । ତେବେ ଶିବ ବିବାହକୁ ଜାକମକରେ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ସେବାୟତଙ୍କ ସହ ପ୍ରଶାସନର ଏକ ପ୍ରସ୍ତୁତି ବୈଠକ ସରିଛି । ସେବାୟତ ଓ ପ୍ରଶାସନର ମିଳିତ ଭାବେ ଏହି ଶିବ ବିବାହ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବେ ବୋଲି ନିଷ୍ପତି ହୋଇଛି ।

Spread the love