କାଲିଠୁ ହକି ବିଶ୍ୱକପ : କଳିଙ୍ଗ ଓ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ୨ ଲେଖାଏଁ ମ୍ୟାଚ

ଆସନ୍ତାକାଲିଠାରୁ ହକି ବିଶ୍ୱକପ୍ ମହାସମର । ଆରମ୍ଭ ହେବ ଲଢେଇ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିବ ମୁକାବିଲା । ଆସନ୍ତାକାଲି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ଗୋଟାଏରେ ହେବ ପ୍ରଥମ ମ୍ୟାଚ୍ । ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ସେହିପରି ରାଉରକେଲାରେ ଇଂଲଣ୍ଡ ଓ ୱେଲ୍ସ ମଧ୍ୟରେ ଅପରାହ୍ଣ ୫ଟାରେ ଖେଳାଯିବ । ସଂଧ୍ୟା ୭ଟାରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତର ମୁକାବିଲା ସ୍ପେନ୍ ସହ ହେବ । ଗତକାଲି ଉଦଘାଟନୀ ଉତ୍ସବ ଶେଷ ହୋଇଥିବା ବେଳେ ଏବେ ମ୍ୟାଚ୍ ଦେଖିବାକୁ ଅପେକ୍ଷା କରିଛନ୍ତି ହକି ପ୍ରେମୀ । ସେପଟେ ଆଜି ରାଉରକେଲା ସହର ବୁଲିବ ହକି ବିଶ୍ୱକପ୍ ଟ୍ରଫି । ଦିନସାରା ସହର ପରିକ୍ରମା କରିବା ପରେ ରାତିରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ ଜଣାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

Spread the love