ବଡ଼ମାଳ ବିଦ୍ୟାଳୟରେ ସ୍ଵାଧୀନତାର ଅମୃତ ମହୋତ୍ସବ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନା ବିଦ୍ୟାଳୟ ରେ ସ୍ଵାଧୀନତା ର ଅମୃତ ମୋହୋଷବ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ଭି.ଶ୍ରବଣ କୁମାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ବୈଜ୍ଞାନିକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କ ରେ ବୁଝାଇଥିବା ସହ ଛାତ୍ର ଛାତ୍ରୀ ମାନଙ୍କ ପ୍ରଶ୍ନ ର ଉତ୍ତର ରଖିଥିଲେ।

ଏହି ଅବସରରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ରଜମଣି ସାହୁ ମଞ୍ଚ ପରିଚାଳନା କରିଥିଲେ।ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଶିକ୍ଷକ ସରୋଜ ମିଶ୍ର ପରିଚାଲନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଚିନ୍ତାମଣି ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷକ ରଞ୍ଜିତ ମିଶ୍ର, କିରଣ କୁମାରି, ଅର୍ଜୁନ ଚରଣ ପଣ୍ଡା, ସୁରେନ୍ଦ୍ର କୁମାର ଷଡଙ୍ଗୀ, ପ୍ରଭାସ ଷଡଙ୍ଗୀ, ବାସୁଦେବ ବେହେରା, ଆର୍ତ୍ତବଭ ନାଏକ, ସୁଶାନ୍ତ କୁମାର ସାହୁ, ହୁତାଶନ ତାଣ୍ଡି, ଶୁନିମା ପଟେଲ, ବିକାସ ଭରାସାଗର, ମୁକେଶ ସିଂ, ବନ୍ଦନା କୁମାରି ଓ କମଳ ପଟେଲ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Spread the love