ସେବାୟତ ପରିବାର’ର ପୁଅ ପାଇଁ ମିଳୁନି ଝିଅ

ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ସେବା କରୁଥିବା ସେବାୟତ ପରିବାରରେ ଝିଅଙ୍କ ସଂଖ୍ୟା କମୁଛି । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଷ୍ଟଡିଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ ଅନୁସାରେ, ଝିଅଙ୍କ ତୁଳନାରେ ୧୬୬ ଜଣ ପୁଅ ଅଧିକ ରହିଛନ୍ତି । ତେଣୁ ଝିଅ ସଂଖ୍ୟା ବୃଦ୍ଧି କରିବାକୁ ଏବେ ବିଭିନ୍ନ ନିଯୋଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି l ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କୁ ସେବା କରୁଥିବା ସେବାୟତ ପରିବାରରେ ଝିଅଙ୍କ ସଂଖ୍ୟା କମୁଛି । ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର ଷ୍ଟଡିଜ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ତଥ୍ୟ କହୁଛି ସେବାୟତଙ୍କ ପରିବାରର ଏବେ…

ଅର୍ଥାତ ଝିଅଙ୍କ ତୁଳନାରେ ୧୬୬ ଜଣ ପୁଅ ଅଧିକ ରହିଛନ୍ତି । ତେଣୁ ଝିଅ ସଂଖ୍ୟା ବୃଦ୍ଧି କରିବାକୁ ଏବେ ବିଭିନ୍ନ ନିଯୋଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଗରାବଡୁ ସେବାୟତଙ୍କ ଘରେ ଝିଅ ଜନ୍ମ ହେଲେ ୧୦ ହଜାର ଟଙ୍କା ଗରାବଡୁ ନିଯୋଗ ପକ୍ଷରୁ ଦେବାକୁ ଘୋଷଣା କରାଯାଇଛି । ପୂଜାପଣ୍ଡା ନିଯୋଗ ମଧ୍ୟ ଝିଅ ଜନ୍ମ ହେଲେ ସଂପୃକ୍ତ ପରିବାରକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ନିଷ୍ପତି ନେଇଛି । ଶ୍ରୀମନ୍ଦିର ପରମ୍ପରାରେ ସେବାୟତମାନେ କେବଳ ନିଜ ସମାଜରେ ବିବାହ କରିବା ଭଳି କଡା ନିୟମ ରହିଛି । ଯଦି ସେବାୟତ ପରିବାରର ପୁଅ ଅନ୍ୟ କୌଣସି କୂଳରେ ବିବାହ କରନ୍ତି, ତେବେ ସେ ଓ ତାଙ୍କ ପରବର୍ତ୍ତୀ ପୀଢି ଜଗନ୍ନାଥ ସେବାରୁ ବଞ୍ଚିତ ହୁଅନ୍ତି । ଏପଟେ ଝିଅଙ୍କ ସଂଖ୍ୟା କମୁଥିବାରୁ ସେବାୟତ ପରିବାରର ବହୁ ଯୁବକ ବୟସ ଗଡିଯାଉଥିଲେ ମଧ୍ୟ ବିବାହ କରିପାରୁ ନାହାନ୍ତି ।

ସେବାୟତଙ୍କ କୂଳରେ ଝିଅ ସଂଖ୍ୟା କମୁଛି । ସର୍ଭେ ରିପୋର୍ଟ ଅନୁସାରେ ରାଜଗୁରୁ, ପୁଷ୍ପାଳକ, ଖୁଣ୍ଟିଆ, ପ୍ରତିହାରୀ, ଦଇତାପତି, ରୋଷକାଠ ଭୋଗ ପାଣିଆ, ପାଣିଆ ଆପଟ୍ଟ, ଦତ୍ତମହାପାତ୍ର ଆଦି ସେବାୟତ କୂଳରେ ଝିଅ ସଂଖ୍ୟା କମୁଛି । ଏହି ହାରରେ ଝିଅ ସଂଖ୍ୟା କମିଲେ ଆଗକୁ ସେବାୟତଙ୍କ ବଂଶ ରକ୍ଷା ଓ ବଂଶ ବୃଦ୍ଧି ଦିଗରେ ବଡ ସମସ୍ୟା ସୃଷ୍ଟି ହୋଇପାରେ । ସେପଟେ ସେବାୟତ ପରିବାରର ପିଲାଙ୍କ ପାଠପଢା ଓ ସେବାୟତ କଲ୍ୟାଣ ସହ ସେବାୟତ ପରିବାରର ଝିଅଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ପ୍ରୋତ୍ସାହନ ଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।

ସେବାୟତଙ୍କ ପରିବାରର ଝିଅ ସଂଖ୍ୟା କମିବା ସେବାୟତଙ୍କ ଚିନ୍ତା ବଢାଇ ଦେଇଛି । ୨୦୧୩ ମସିହା ସର୍ଭେରେ ସେବାୟତଙ୍କ ପରିବାରରେ ୧ ହଜାର ପୁରୁଷରେ ମହିଳା ସଂଖ୍ୟା ୯୭୯ ଥିବା ଜଣାପଡିଛି । କେବଳ ଝିଅ ସଂଖ୍ୟା ନୁହେଁ ସେବାୟତଙ୍କ ସଂଖ୍ୟା ମଧ୍ୟ କମୁଛି । ୨୦୦୫ରେ ମୋଟ ସେବାୟତଙ୍କ ସଂଖ୍ୟା ଥିଲା ୮ହଜାର ୩୩୮ କିନ୍ତୁ ୨୦୧୩ ସର୍ଭେରେ ଏହି ସଂଖ୍ୟା ୮ ହଜାର ୧୧୦କୁ ଖସି ଆସିଛି ।

Spread the love