ଗୋଟିଏ କୁକୁଡ଼ାର ଦାମ୍ ୩୦ ହଜାର ! କରଞ୍ଜିଆର ସାପ୍ତାହିକ ହାଟରେ ଜମୁଛି ଭିଡ

କରଞ୍ଜିଆ: ଗୋଟାଏ କୁକୁଡ଼ାର ଦାମ୍ କେତେ ହୋଇଥିବ । ଅତି ବେଶୀରେ ପାଞ୍ଚ ଶହ କି ହଜାରେ ଟଙ୍କା । କିନ୍ତୁ କରଞ୍ଜିଆର ସାପ୍ତାହିକ ହାଟରେ ଗୋଟିଏ କୁକୁଡ଼ାର ଦାମ ହଜାରେ ଟଙ୍କାରୁ ଆରମ୍ଭ ହୋଇ ୩୦ ହଜାର ଟଙ୍କା ବିକ୍ରି ହେଉଛି । ଏକଥା ଯେକେହି ଶୁଣିବ ତାଜୁବ ହେବ । କିନ୍ତୁ କଥାଟା ସତ । ମୟୂରଭଞ୍ଜ ଜିଲ୍ଲା ରରୁଆ ବ୍ଲକ ଅଙ୍ଗାରପଦା ସାପ୍ତାହିକ ହାଟରେ କୁକୁଡ଼ାର ଏମିତି ଦାମ୍ । ଏଥିପାଇଁ ରାଜ୍ୟ ତଥା ବାହାରୁ ସାପ୍ତାହିକ ହାଟରେ ଭିଡ଼ ହେଉଛି । ଏଠାରେ ପ୍ରତି ବର୍ଷ ଶୀତ ଦିନରେ ଏହି କୁକୁଡା ବିକ୍ରି ହେଇଥାଏ । ଗୋଟିଏ କୁକୁଡାର ଓଜନ ଏକ କେଜିରୁ ଆରମ୍ଭ କରି ତିନି କେଜି ମଧ୍ୟରେ ହେବ । ମାଂସ ଦରରେ ବିକ୍ରି କଲେ କରଞ୍ଜିଆ ବଜାରର ଦର ଅନୁସାରେ ୬ଶହ ଟଙ୍କାରୁ ଆରମ୍ଭ କରି ୧୮ ଶହ ଟଙ୍କା ଭିତରେ ରହିବ । କିନ୍ତୁ ହାଟରେ ଗୋଟିଏ ଗୋଟିଏ କୁକୁଡ଼ା ଦାମ୍ ହଜାରେ ଆରମ୍ଭ କରି ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏମାନଙ୍କୁ ସ୍ୱତନ୍ତ୍ର ଯତ୍ନ ନେବା ସହିତ କୁକୁଡ଼ା ଲଢ଼େଇ ପାଇଁ ତାଲିମ ଦିଆ ଯାଇଥାଏ ।

Spread the love