୭୪ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ

କାଲି ୭୪ ବର୍ଷରେ ପଦାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଜନ୍ମଦିନରେ ଶ୍ରୀଜଗନ୍ନାଥଙ୍କ ମାଟିରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।  ଏକାଦିନରେ ପ୍ରାୟ ୧୦ଲକ୍ଷ ମାଆଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିବେ ।  ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।

ଏହା ସହ ସହରାଞ୍ଚଳ ପିଏମ ଆବାସ ଯୋଜନାରେ ଗୃହ ଆବଣ୍ଟନ ସହ ପିଏମ ଆବାସ କିସ୍ତି ଟଙ୍କା ପ୍ରଦାନ କରିବେ ।  ସେହିପରି ରେଳବାଇରେ ୨୮ଶହ କୋଟି ଟଙ୍କା ଓ ଜାତୀୟ ରାଜପଥରେ ଏକହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍ ଘାଟନ ଓ ଶିଳାନ୍ୟାସ କରିବେ ।  ଯାହା ଓଡ଼ିଶାର ରେଳ ଭିତ୍ତିଭୂମି ବୃଦ୍ଧି କରିବାରେ ସହାୟକ ହେବ।

ଏହାସହ ୧୦୦୦ କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। କେବଳ ଏତିକି ନୁହଁ, ୧୪ଟି ରାଜ୍ୟର ପିଏମୱାଇ-ଜି ଅଧୀନରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ, ଦେଶରେ ପିଏମୱାଇର ୨୬ ଲକ୍ଷ ହିତାଧିକାରୀଙ୍କୁ ଘର ଚାବି ପ୍ରଦାନ ସହ ଆବାସ + ୨୦୨୪ ଆପ୍ ଉନ୍ମୋଚିତ ହେବ।

Spread the love