ମଧୁମେହ ଓ ହୃଦରୋଗ ଜନିତ ସମସ୍ୟାର କାରଣ

ବର୍ତ୍ତମାନର ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାଏ। ଆହାର ଠାରୁ ଆରମ୍ଭ କରି ଶାରୀରିକ ଗତିବିଧି ଯାଏଁ ଅନେକ କାରଣରୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ବିଶେଷ କରି ଖରାପ ଅଭ୍ୟାସ କାରଣରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ବୃଦ୍ଧି ପାଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ମଧୁମେହ ଓ ଉଚ୍ଚ ରକ୍ତଚାପ ଶରୀରରେ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ। ଏଥିପାଇଁ ଜୀବନଶୈଳୀ, ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହ ଏହାକୁ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ।

ଅନେକ ସମୟରେ କାର୍ଯ୍ୟାଳୟରେ ଅଧିକ ସମୟ ଯାଏଁ ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରୁଥିବା ହେଉ ଅଥବା ଘରେ ଛୁଟି ଦିନରେ ଅଧିକ ସମୟ ଯାଏଁ ଖଟରେ ଶୋଇ ରହିଲେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଆବଶ୍ୟକ ପରିମାଣରେ ଶାରୀରିକ ପରିଶ୍ରମ କରିବା ସହ ସଠିକ ସମୟରେ ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ବ୍ୟାୟାମ କରନ୍ତୁ। ଶାରୀରିକ ପରିଶ୍ରମ ଦ୍ୱାରା ରକ୍ତରେ ଶର୍କରାର ମାତ୍ରା, ଓଜନ ଓ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିଥାଏ। ମାତ୍ର ପରିଶ୍ରମ ନ କରିବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି ହୋଇଥାଏ। ଯାହା ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ।ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର ସେବନ କରିବା ଉଚିତ। ମୋଟପଣ ବୃଦ୍ଧି କରୁଥିବା, କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରୁଥିବା ଖାଦ୍ୟ ଅଧିକ ପରିମାଣରେ ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ। ଭୁଲ ଖାଦ୍ୟପେୟ ମଧୁମେହ ଓ ହୃଦୟ ରୋଗର ଏକ ପ୍ରମୁଖ କାରଣ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ଫାଇବର, ଭିଟାମିନ୍‍ ରେ ଭରପୁର ଖାଦ୍ୟ ଖାଆନ୍ତୁ। ଲୁଣ ଓ ଚିନି କମ ମାତ୍ରାରେ ଖାଆନ୍ତୁ।
ଉତ୍ତମ ଓ ଆବଶ୍ୟକ ପରିମାଣରେ ନିଦ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିତାନ୍ତ ଆବଶ୍ୟକ। ସଠିକ ପରିମାଣରେ ନିଦ ନ ହେବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦୟ ରୋଗ ଜନିତ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ସଭିଁଙ୍କୁ ରାତିରେ ୬ ରୁ ୮ ଘଣ୍ଟା ନିଶ୍ଚୟ ଶୋଇବା ଉଚିତ।

Spread the love