ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ

ହାଇଟେକ୍ ହସ୍ପିଟାଲ ଏସି ବିସ୍ଫୋରଣ ଘଟଣାକୁ ବିରୋଧ କରିଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନ । ୩ ଜଣଙ୍କ ଜୀବନ ନେଇଥିବା ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବାସଭବନ ଘେରାଉ କରାଯାଇଛି । ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ବସଭବନ ଉପରକୁ ଟମାଟୋ ମାଡ କରିଛନ୍ତି । ହାଇଟେକ୍ ହସ୍ପିଟାଲ ଲାଇସେନ୍ସ ରଦ୍ଧ କରିବା ସହ ମାଲିକଙ୍କ ଗିରଫ ଦାବି କରିଛନ୍ତି । ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ୍ ସଂଗଠନର ସଦସ୍ୟ ମାନେ ବାଇକ୍ ରାଲିରେ ଆସି ନାରାବାଜି କରିଥିଲେ । ପୁଲିସ, ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଥିଲା । ପୁଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି ।

Spread the love