ଚୌଦ୍ବାରରେ ଚାଞ୍ଚଲ୍ୟ: ଶ୍ମଶାନରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ଚୌଦ୍ବାରରେ ଚାଞ୍ଚଲ୍ୟ। ଶ୍ମଶାନରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ବିରାଟଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ ।ଗତକାଲି ରାତି ୧୨ଟାରେ ଚୌଦ୍ବାର ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ବିରାଟଗାଦି ନିକଟ ଶ୍ମଶାନରେ ଜଣେ ଯୁବକ ଜୀଅନ୍ତା ପୋଡିହେଉଥିବା ଦେଖିଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି। ଯୁବକଙ୍କୁ କେହି ମାରିଦେବାକୁ ଉଦ୍ୟମ କରୁଥିବା ପୋଲିସ ସନ୍ଦେହ କରୁଛି। ଯୁବକଙ୍କ ଶରୀରର ଅଧିକାଂଶ ଅଂଶ ପୋଡି ଯାଇଛି। ଘଟଣା ପରେ ଚୌଦ୍ବାର ସହରକୁ ନାକାବନ୍ଦୀ କରି ତଦନ୍ତ କରୁଛି ପୋଲିସ ।

Spread the love