ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ

କରୋନା ମହାମାରୀ ଦ୍ଵିତୀୟ ଲହର କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପରେ ମୋଟ ୨୪୬୩ ସେବାୟତ ଉପକୃତ ହୋଇଛନ୍ତି। ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ପ୍ରଦାନ କରାଯାଇଥିବା ନୀତି ପ୍ରଶାସକ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଲକ୍‌ଡାଉନ୍‌ କାରଣରୁ ମନ୍ଦିର ବନ୍ଦ ହେବାରୁ ସେବାୟତଙ୍କ ପରିବାର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇ ପଡିଛି। ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି କରି ଯାହା କିଛି ମିଳେ ସେଥିରେ ପରିବାରର ଭରଣପୋଷଣ କରିଥାନ୍ତି।

Spread the love