ମାଆକୁ କାଠ ଫାଳିଆରେ ପିଟି ମାରିଲା ପୁଅ

ଫୁଲବାଣୀ : ବିଧବା ମାଆକୁ ନିର୍ମମ ଭାବେ ହତ୍ୟା କଲା ନୃସଶ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ଙ୍ଗୀ ସାହିରେ ।୬୦ ବର୍ଷର ବୃଦ୍ଧା ମା କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ ଜିତେନ୍ଦ୍ର କହଁର । କୌଣସି କାରଣକୁ ନେଇ ମା ସହ ପୁଅର ଯୁକ୍ତିତର୍କ ହୋଇଥିଲା । ଆଉ ପୁଅ ଜିତେନ୍ଦ୍ର ହଟାତ କ୍ରୋଧାନ୍ୱିତ ହୋଇ ପାଖରେ ଥିବା ଏକ କାଠ ଫାଳିଆରେ ମୁଣ୍ଡକୁ ମାରିଦେବା ଫଳରେ ଗୁରୁତର ହୋଇ ପଡ଼ିଥିଲେ କସ୍ତୁରୀ ।ତାଙ୍କୁ ତୁରନ୍ତ ଫୁଲବାଣୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ହତ୍ୟାକାରୀ ପୁଅ ଜିତେନ୍ଦ୍ର କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।ଏଯାଏଁ ହତ୍ୟାର କାରଣ ଜଣା ପଡିନି।

Spread the love