ରୁଚିକୁ ‘ସ୍ପାଇସ୍ ଆଇକନ୍ ଆୱାର୍ଡ଼; ୪୭ ବର୍ଷର ସଫଳତାର ଯାତ୍ରା ବଖାଣିଲେ ଏମଡି ଡ. ସାହୁ

ଭୁବନେଶ୍ୱର,୪ ।୬(ସତ୍ୟଦ୍ରଷ୍ଟା):  ରାଜ୍ୟର ପ୍ରମୁଖ ମସଲା ଉତ୍ପାଦ କମ୍ପାନୀ ‘ରୁଚି’ କଟକର ରାମଦାସପୁରରେ ଏକ ଫୁଡ ପ୍ରସେସିଂ ପାର୍କ ପ୍ରତିଷ୍ଠା କରିବ । ଏଥିରୁ ସ୍ୱାସ୍ଥ୍ୟପ୍ରଦ ଓ ଗୁଣାତ୍ମକ ମାନର ପାସ୍ତା, ନୁଡିଲ୍ସ, ସସ୍‌, ମସଲା, ଆଇସକ୍ରିମ, ସ୍ନାକ୍ସ, ବେକେରି, ରେଡିଟୁ ଇଟ୍ ଏବଂ ରେଡିଟୁ କୁକ୍ ଜାତୀୟ ବିଭିନ୍ନ ଖାଦ୍ୟ ସାମଗ୍ରି ପ୍ରସ୍ତୁତ କରିବ । ଇଟାଲୀର ଆନସେଲମୋ ଇମ୍ପିଟିଆ ସହେଯାଗରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଥିବାବେଳେ ଏନେଇ ଚିକ୍ତି ନାମା ସରିଛି । ପାଣ୍ଟ ନିର୍ମାଣଧାୀନ ଥିବାବେଳେ ଆଉ କିଛି ଏହା ଆଂଶିକ କାର୍ଯ୍ୟକ୍ଷମ ହେବ । ଆସନ୍ତା ୨ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ରୁଚିର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ସୂଚନା ଦେଇଛନ୍ତି । ସେହିପରି ଦୁବାଇରେ ମଧ୍ୟ ରୁଚିର ଏକ ୟୁନିଟ୍ ଖୁବଶିଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି ।

ମସଲା ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରୁଚିକୁ ଚଳିତ ବର୍ଷ ପାଇଁ ‘ଗ୍ଲୋବାଲ୍ ସ୍ପାଇସ୍ ଆଇକନ୍ ଆୱାର୍ଡ଼’ ମିଳିଛି । ରୁଚିର ଏମଡି ଡ. ସାହୁ ଏହି ସମ୍ମାନ ଗତ ମେ’ ୧୩ ତାରିଖରେ ଗ୍ରହଣ କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ଆୟୋଜିତ ହୋଇଥିବା ବେଳେ ସମ୍ମିଳନୀରେ ରୁଚିର ଏମ୍‌ଡି ଡ. ଶରତ କୁମାର ସାହୁ, ଫ୍ରୋଜିଟ୍‌ର ନିର୍ଦ୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ରହି ରୁଚିର ସଫଳତା ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ୧୯୭୬ ମସିହାରେ ୫ ହଜାର ଟଙ୍କା ପ୍ରତିଷ୍ଠା ହୋଇଥିବା ଉଦ୍ୟୋଗ ଆଜି ବାର୍ଷିକ ୫ଶହ କୋଟିର ସଂସ୍ଥା ଭାବେ ଉଭା ହୋଇଛି । ଓଡ଼ିଶା ସମେତ ଭାରତର ୧୮ଟି ରାଜ୍ୟ ଓ ବିଦେଶରେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛି । ଡ. ସାହୁ ସଫଳତାର ଶ୍ରେୟ ତାଙ୍କ ବାପା ସ୍ୱର୍ଗତ ବନମାଳୀ ସାହୁଙ୍କୁ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, ରେଭେନ୍ସା କଲେଜ ନିକଟରେ ତାଙ୍କ ବାପାଙ୍କର ଏକ ଚାଳିଆ ହୋଟେଲ ରହିଥିଲା । ଏଥିରୁ ପ୍ରସ୍ତୁତ ‘ମଟନ୍ ଚାମ୍ପ’ ଓ ଅନ୍ୟ ସ୍ୱାଦିଷ୍ଟ ଭୋଜନ ପାଇଁ ହୋଟେଲ କର୍ମଚାରୀ, ଛାତ୍ରଛାତ୍ରୀ ଓ ଆଖପାଖ ବ୍ୟବସାୟୀଙ୍କର ପ୍ରମୁଖ ପସନ୍ଦ ଥିଲା । ବାପା ଦୈନିକ ୬-୭ କିଲୋ ବିଭିନ୍ନ ପ୍ରକାରର ମସଲା ଗୁଣ୍ଡ ପ୍ରସ୍ତୁତ କରୁଥିଲେ । ଯାହାକି ବ୍ୟଞ୍ଜନଗୁଡ଼ିକୁ ଖୁବ୍ ସ୍ୱାଦିଷ୍ଟ କରୁଥିଲା । ତେବେ ଉଦ୍ୟୋଗ ପରିଚାଳନା କ୍ଷେତ୍ରରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଡ. ସାହୁଙ୍କୁ ବିଭିନ୍ନ ପ୍ରକାରର କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ବିଭିନ୍ନ ପ୍ରସ୍ତାବ ମଧ୍ୟରୁ ସେ ମସଲା ଉତ୍ପାଦ କାରଖାନା ପ୍ରତିଷ୍ଠା କରିବେ ବୋଲି ସ୍ଥିର କରିଥିଲେ । ବାପାଙ୍କ ଠାରୁ ଶିଖିଥିବା କୋଶଳକୁ ସେ ନିଜ ବ୍ୟବସାୟରେ ପ୍ରୟୋଗ କଲେ କିଛି ବର୍ଷ ମଧ୍ୟରେ ସେ ସଫଳ ହେବା ସହିତ ଅତୀତର ଅଭିଜ୍ଞତାରୁ ସେ ଆଜି ସଫଳ ବ୍ୟବସାୟୀ ହୋଇଥିବା କହିଛନ୍ତି । ଯୁବ ଉଦ୍ୟେଗୀମାନଙ୍କୁ ପରାମର୍ଶ ଦେଇ ଡ. ସାହୁ କହିଛନ୍ତି ଯେ, କେବଳ ନୂଆ ନୂଆ ଉଦ୍ୟେଗ ଖୋଲି ଦେଲେ ଉଦ୍ୟୋଗପତି ହେବା ସହଜ, ମାତ୍ର ସଫଳତା ପାଇଁ ଅଭିଜ୍ଞତା ଜରୁରୀ । ତେଣୁ ଉଦ୍ୟୋଗ ପ୍ରତିଷ୍ଠା ପୂର୍ବରୁ ସେ କ୍ଷେତ୍ରରେ ନିଜର ଅଭିଜ୍ଞତା ପ୍ରତି ଯତ୍ନଶୀଳ ହେବା ଜରୁରୀ ବୋଲି ସେ କହିଛନ୍ତି । ତେବେ ‘ସ୍ପାଇସ୍ ଆଇକନ୍ ଆୱାର୍ଡ଼’ ତାଙ୍କୁ ଅନେକ ପ୍ରେରଣା ଦେଇଥିବା ଏବଂ ଆଗାମି ଦିନରେ ତାଙ୍କ ପରିକଳ୍ପଗୁଡ଼ିକୁ ବାସ୍ତ ରୂପ ଦେବା ପାଇଁ ଖୁରାକ୍ ଯୋଗାଇଥିବା ସେ କହିଛନ୍ତି । ତେବେ ଶନିବାର ଆୟୋଜିତ ସମ୍ମିଳନୀରେ ଡ. ସାହୁଙ୍କ ସଫଳତା ପାଇଁ ବିଭିନ୍ନ ସଂଗଠନ ଓ ସଂସ୍ଥା ଅଭିନନ୍ଦନ ଜଣାଇଛନ୍ତି ।

Spread the love