ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ୍ ଅଲ୍ଲୀଙ୍କବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ୨୪/୦୯: ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ୍ ଅଲ୍ଲୀଙ୍କ ବିୟୋଗରେ  ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ଲମ୍ବା ସମୟ ଧରି ଓଡିଶା ରାଜନୀତିରେ ସକ୍ରିୟ ଥିବା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଅଲ୍ଲୀଙ୍କ
ବିୟୋଗରେ ଅତ୍ୟନ୍ତ ଦୁଃଖିତ। ସେ ଜଣେ ଉଚ୍ଛକୋଟିର ସାହିତ୍ୟିକ ମଧ୍ୟ ଥିଲେ। ସ୍ୱର୍ଗତଃ ଅମର ଅତ୍ମାର ସଦଗତି କାମନା କରିବା ସହ ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନା କରିଛନ୍ତି। ସ୍ୱର୍ଗତଃ ଅଲ୍ଲୀଙ୍କ ବିୟୋଗରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love