ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍: ମୋଟ ବ୍ୟୟ ୧ଲକ୍ଷ ୬ ହଜାର ୪୯୭ କୋଟି

ଭୁବନେଶ୍ଵର ୩୦।୦୩: ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି। ଦେଶ ତୂଳନାରେ ଓଡିଶାର ଅଭିବୃଦ୍ଧି ହାର ବୃଦ୍ଧି ଘଟି ୯ ରୁ ୯.୫ ପ୍ରତିଶତ ରହିବାର ଆକଳନ କରାଯାଇଛି। ୨୦୨୨-୨୩ରେ ରାଜ୍ୟରେ ଡିଏସଡିପି ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ରହିବାର ସମ୍ଭାବନା ରହିଛି।

ଅର୍ଥ ମନ୍ତ୍ରୀ କହିଛନ୍ତି, ୨୦୦୫-୦୬ ପରଠୁ ରାଜ୍ୟ କ୍ରମାଗତ ରାଜସ୍ଵ ବଳକା ହାସଲ କରୁଛି। ୨୦୨୨-୨୩ରେ ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ଅଟକଳ ୧.୧୦ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଛି। ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା  ବେଳେ ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି ଆକଳନ କରାଯାଇଛି।

ବିପର୍ଯ୍ୟୟ ମୁକାବିଲା ପାଇଁ ୩ ହଜାର ୨୦୦ କୋଟି ବ୍ୟୟ ବରାଦ।

ସ୍ଵାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨ ଶହ କୋଟି  ବ୍ୟୟବରାଦ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲକୁ ଦିଆଯିବ ୧୮୭୪ କୋଟି ଟଙ୍କା।

Spread the love