ଅଜବ ନିଶା ଅଦ୍ଭୁତ ଇଚ୍ଛା : ସୁନ୍ଦର ଚେହେରାକୁ ବିକୃତ କରିବା ଝୁଙ୍କ୍‌ରେ ନିଜ ଶରୀରରେ କରିଛନ୍ତି ୫୧୬ ଛିଦ୍ର

ନୂଆଦିଲ୍ଲୀ ୧୧।୦୫: ବର୍ତ୍ତମାନ ଟାଟୁକୁ ନେଇ ସବୁଆଡେ ଟ୍ରେଣ୍ଡ ଚାଲିଛି । ଯାହାକୁ ଦେଖିବ ପୁଅ ହେଉ କିମ୍ବା ଝିଅ ସମସ୍ତେ ଟାଟୁ କରୁଛନ୍ତି । ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବା ପାଇଁ ଲୋକମାନେ ପାଗଳ ହେଉଛନ୍ତି । କିଛି ଲୋକ ସୀମା ଅତିକ୍ରମ କରି ନେଉଛନ୍ତି । ଶରୀରର ଅଧିକାଂଶ ଅଂଶରେ ଟାଟୁ କରୁଛନ୍ତି । ଯାହ ଅନେକ ଲୋକଙ୍କ ପାଇଁ ସାଧାରଣ କଥା। ହେଲେ ବର୍ତ୍ତମାନ ଏପରି ଜଣେ ବ୍ୟକ୍ତଙ୍କ କଥା କହିବୁ ଯାହାର ରହିଛି ଅଜବ ଇଚ୍ଛା । ଟାଟୁ ସହ ତାଙ୍କ ମୁହଁରେ ଅଧିକରୁ ଅଧିକ ପିୟରିଂ କରାଇଛନ୍ତି । ତାହା ପୁଣି ଗୋଟି କିମ୍ବା ଦୁଇଟି ନୁହେଁ ୫୧୬ଟି ଛିଦ୍ର କରିଛନ୍ତି ।

ଜର୍ମାନର ରୋଲଫ୍ ବୁଖୋଲଜ୍ ନାମକ ବ୍ୟକ୍ତି ଜଣଙ୍କର ଜୀବନ ଶୈଳୀ ସମ୍ପୂର୍ଣ୍ଣ ଅଲଗା। ସେ ଟାଟୁ ଏବଂ ପିୟରିଂ କରିବାରେ ଏତେ ଆଗ୍ରହୀ ଶରୀରର ଅଧିକାଂଶ ପରିବର୍ତ୍ତନ କରିକି ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି । ତାଙ୍କ ଶରୀରରେ ୫୧୬ରୁ ଅଧିକ ମୋଡିଫିକେଶ ହୋଇଛି ।ତେବେ ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ୬୨ ବର୍ଷିୟ ରୋଲଫ ଯୌନାଙ୍ଗରେ ୨୭୮ ସହିତ ୬୧୬ ଟି ଛିଦ୍ର କରିଛନ୍ତି। କେବଳ ଏତିକି ନୁହେଁ, ବ୍ୟକ୍ତିର ଶିଙ୍ଗ ପ୍ରତିରୋପଣ ଏହା ବ୍ୟତୀତ ଟାଟୁର ଆଖି, ଜିଭକୁ ଦୁଇ ଭାଗ କରିବା ସହ ଆଙ୍ଗୁଠିରେ ମଧ୍ୟ ପିୟରିଂ କରାଯାଇଛି ।  

ଏକ ସାକ୍ଷାତକାରରେ ତାଙ୍କ ଏବିଷୟରେ ପଚରାଯାଇଥିଲା କି ଏହା ଆପଣକୁ କଷ୍ଟ ହୁଏ ନା ନାହିଁ ।  ରୋଲଫ କହିଛନ୍ତି ଯେ ପିୟରିଂ କରିବାରେ କଷ୍ଟ ହୁଏ ନାହିଁ , ହେଲେ ଯେ ସବୁଠାରୁ କଷ୍ଟ ହେଉଛି ପାପୁଲିରେ ଟାଟୁ କରିବା। ହେଲେ ଏହାକୁ ମୁଁ ଏହାକୁ ଭଲ ପାଏ । ପିରିଂ ଏବଂ ଟାଟୁ କରିବା ପାଇଁ ମଜା ଲାଗେ । ଏଥିପାଇଁ ମୁଁ ଅଧିକରୁ ଅଧିକ କରିବାକୁ ଲାଗିଲି । ଆଜି ମୁଁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ମଧ୍ୟ କରି ପାରିଛି।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ରୋଲଫ ଜର୍ମାନୀର ଏକ ଟେଲିକମ କମ୍ପାନୀ ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟାରେ କାମ କରନ୍ତି। ଯେତେବେଳେ ସେ ପ୍ରଥମ ଟାଟୁ ଏବଂ ପିୟରିଂ କରିଥିଲେ ସେତେବେଳେ ରୋଲଫ୍ ୪୦ ବର୍ଷ ବୟସ ହୋଇଥିଲା । ଏହା ପରେ ତାଙ୍କର ଏହି ପରିବର୍ତ୍ତନ ଆରମ୍ଭ ହୋଇଥିଲା ।

Spread the love