ମଝି ସମୁଦ୍ରରେ ବୁଡ଼ିଲା ଟ୍ରଲର

ପଟ୍ଟାମୁଣ୍ଡାଇ:  ପଟ୍ଟାମୁଣ୍ଡାଇ ଅବଦୁଲ କାଲାମ ଦ୍ୱୀପରେ ବୁଡ଼ିଲା ଟ୍ରଲର । ମାଛ ମାରିବାକୁ ଯାଇଥିବା ବେଳେ ବୁଡ଼ିଗଲା ଉପାସନା ଟ୍ରଲର । ୧୩ ଜଣ ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିବା ବେଳେ ମଝି ସମୁଦ୍ରରେ ଟ୍ରଲରଟି ନିଖୋଜ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିପାରିନି । ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ଏବେ ବି ଖୋଜାଖୋଜି ଜାରି ରହିଛି । କୋଷ୍ଟଗାର୍ଡ, ଧାମରା, ତାଳଚୁଆ ଓ ପାରାଦ୍ୱୀପ ମେରାଇନ ପୋଲିସ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread the love