UPAକୁ ବଦଳାଇ I.N.D.I.A ନାମକରଣରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ

ବିରୋଧୀ ଦଳର ମେଣ୍ଟ ତାର ନାମକୁ ୟୁପିଏରୁ ବଦଳାଇ ଇଣ୍ଡିଆ କରିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ ଟ୍ୱିଟ କରି କହିଛନ୍ତି ଯେ, ପରିଚୟର ସଙ୍କଟର ସାମନା କରୁଥିବା ବିରୋଧୀ ମାନେ ଏବେ ନାମ ବଦାଳାଇ ଲୋକ ମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଚା କରିଛନ୍ତି ।

ଦେଶର ଜନସାଧାରଣ ଏହି ବିରୋଧୀ ଦଳ ମାନଙ୍କର ପ୍ରତ୍ୟେକ ରୂପ, ପ୍ରତ୍ୟେକ ରଙ୍ଗକୁ ଠିକ ଭାବେ ଚିହ୍ନି ସାରିଛନ୍ତି । ପରିବାର ବଞ୍ଚାଅ ଲୁଟ କର, ମିଥ୍ୟା ପ୍ରଚାର କର  ଭଳି ଏଜେଣ୍ଡା ନେଇ ଚାଲିଥିବା ଏହି ଦଳ ମାନଙ୍କୁ ସ୍ପଷ୍ଟ କରିବା ଉଚିତ ଯେ ସେମାନଙ୍କର ଅତୀତ ଏତେ କଳା କାହିଁକି ଯେ ସେମାନଙ୍କୁ ନାମ ବଦଳାଇବାକୁ ପଡିଲା ।  ଜନସାଧାରଣ ଜାଣନ୍ତି ଯେ ସେମାନେ ଦୋକାନର ନାମ ବଦଳାଇ ଦେଇଛନ୍ତି, ହେଲେ ଦୋକାନରେ ସେହି ପୁରୁଣା ଜିନିଷ  ଲୁଣ୍ଠନ, ମିଥ୍ୟା ଓ ଦୁର୍ନୀତି ମିଳିବ।

Spread the love