ଶିଶୁଭବନ ଛକରେ ଅଭାବନୀୟ ଘଟଣା: ହୋର୍ଡିଂ ଉପରେ ଚଢିଗଲେ ଯୁବକ

ହୋର୍ଡିଂ ଉପରେ ଚଢିଗଲେ ଯୁବକ। ଆଜି ସକାଳୁ ସକାଳୁ ଭୁବନେଶ୍ୱର ଶିଶୁଭବନ ଛକରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ଯୁବକ ଜଣକ ହୋର୍ଡି ଉପରେ ଚଢିଯାଇଥିବାବେଳେ ତାଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଚେଷ୍ଟା ଜାରି ରହିଛି। ଏପଟେ ତଳେ ଲୋକଙ୍କ ଭିଡ଼ ଜମିଛି। ଯୁବକ ଜଣକ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ତେବେ ତାଙ୍କ ପରିଚୟ ମିଳିପାରନାହିଁ। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ସମେତ ପୋଲିସ ଉପସ୍ଥିତ ଅଛନ୍ତି। ତେବେ ଯୁବକ ଜଣକ କଣ ପାଇଁ ଚଢିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

Spread the love