୧୦ ଜିଲ୍ଲାରେ ହେବ ଘନ କୁହୁଡ଼ି

ଭୁବନେଶ୍ବର : ୧୬ ଓ ୧୭ ତାରିଖରେ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ୧୬ ତାରିଖରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଓ ଢେଙ୍କାନାଳ ଏବଂ ୧୭ ତାରିଖ ଭୋର ସମୟରେ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘନ କୁହୁଡ଼ି ହୋଇପାରେ। ତେଣୁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଉକ୍ତ ସମସ୍ତ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷରେ ଗତ ଦୁଇ ଦିନ ହେଲା ରାଜ୍ୟର କିଛି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଅବଶିଷ୍ଟ ସ୍ଥାନରେ ହାଲୁକା ଶୀତ ପଡ଼ୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଜି ରାଜ୍ୟର ସର୍ବନିମ୍ନ ତ‌ାପମାତ୍ରା ସେମିଳିଗୁଡ଼ାଠାରେ ୫.୫ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରର ରାତି ତାପମାତ୍ରା ୧୫.୯ ଡିଗ୍ରି ରହିଥିବା ବେଳେ କଟକର ରହିଥିଲା୧୭ ଡିଗ୍ରି।

Spread the love