ରାଜଧାନୀରେ ସକାଳ ୬ରୁ ରାମମନ୍ଦିର-ହାଉସିଂବୋର୍ଡ ଛକ ରାସ୍ତା ବନ୍ଦ

କରୋନା କଟକଣା ଭିତରେ ପାଳିତ ହେବ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଉତ୍ସବ। ଏଥର ଅତିଥି ସଂଖ୍ୟା ୫୦ଜଣ ଭିତରେ ସୀମିତ ରହିବ। କରୋନା ପାଇଁ ଚଳିତ ବର୍ଷ ମଧ୍ୟ ପରେଡ୍‌ ହେବ ନାହିଁ। କେବଳ ଜାତୀୟ ପତାକାକୁ ସଲାମୀ ଦିଆଯିବ। ତେଣୁ ୩ଟି ଟ୍ରୁପକୁ ନେଇ ପ୍ରଦର୍ଶନୀ ପଡିଆରେ ମାର୍ଚ୍ଚପାଷ୍ଟ ରିହର୍ସଲ ଚାଲୁଛି। ତେବେ ସ୍ୱାଧୀନତା ଦିବସ ଲାଗି କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ଏଥିସହିତ ସୁରକ୍ଷା ଦାୟିତ୍ୱରେ ୩ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ପ୍ରଦର୍ଶନୀ ପଡିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନ୍ନ ତନ୍‌ କରି ଯାଞ୍ଚ କରୁଛନ୍ତି। ସେହିପରି ଟ୍ରାଫିକ ଉପରେ ମଧ୍ୟ କଟକଣା ଲଗାଯାଇଛି। ସକାଳ ୬ଟାରୁ ପରେଡ୍‌ ସରିବା ପର୍ଯ୍ୟନ୍ତ କୌଣସି ଯାନବାହାନ ରାମମନ୍ଦିର ଛକଠାରୁ ହାଉସିଂ ବୋର୍ଡ ଛକ ରାସ୍ତା ଦେଇ ଯାଇପାରିବେ ନାହିଁ।

Spread the love