ମେଳାରେ ଚାଲିଛି ଜୁଆ ଖେଳ, ନୀରବଦ୍ରଷ୍ଟା ପ୍ରଶାସନ

ଜଳେଶ୍ୱର ୨୧/୧୦: ଚାଲିଛି ଜୁଆ ଖେଳ, ସବୁ ଦେଖି ନୀରବଦ୍ରଷ୍ଟା ପ୍ରଶାସନ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଯାମକୁଣ୍ଡା ଫାଣ୍ଡି ଅଧିନସ୍ଥ ରତେଇ ମେଳାରେ । ପୂଜା ଉପଲକ୍ଷେ ଦୀର୍ଘ ୧୦ଦିନ ଧରି ଏଠାରେ ମେଳା ବସିଛି । ତେବେ ପ୍ରତେକ ଦିନ ସନ୍ଧ୍ୟା ହେଲେ ଏଠାରେ ଖୁଲମ ଖୁଲା ଚାଲୁଛି ଜୁଆ ଖେଳ । ତା ପୁଣି ପ୍ରଶାସନ ଦୃଷ୍ଟି ଆଢୁଆଳରେ ।

ଜାମକୁଣ୍ଡା ଫାଣ୍ଡିଠାରୁ ମାତ୍ର ୫ କିଲୋମିଟର ଦୂରରେ ଏଭଳି ଖୁଲମ ଖୁଲା ଜୁଆ ଖେଳ ଚାଲିଛି । ତେବେ ଫାଣ୍ଡି ଅଧିକାରୀଙ୍କ ନିରବତାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ସାଜିଛି । ଜୁଆଡିମାନେ ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଚ ଦେଇ ଜୁଆ ଖେଳୁଥିବା ଦେଖିବାକୁ ମିଳୁଛି । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ । ଫଳରେ ପୋଲିସର କାର୍ଯ୍ୟକାରିତା ନେଇ ଉଠିଛି ପ୍ରଶ୍ନ ।

Spread the love