ଆପଣ କେତେ ଦିନ ଜୀବିତ ରହିବେ ଏହା ଜଣାଇବ ଏହି ୫ ସଂକେତ

ଆପଣଙ୍କ ଜୀବନ ଲମ୍ବା ହେଉ, ଏଥିପାଇଁ ଆପଣ କେତେ ପ୍ରକାରର ଏକ୍ସରସାଇଜ ମଧ୍ୟ କରନ୍ତି। ଏମିତି ତ ବ୍ୟାୟାମ ଆମ ଶରୀରକୁ ହେଲଦି ରଖିବା ପାଇଁ ବହୁତ ଜରୁରୀ ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ବ୍ୟତୀତ ମଧ୍ୟ ଏମିତି ଅନେକ ଫ୍ୟାକ୍ଟର ରହିଛି। ଯାହା ଆପଣଙ୍କ ବୟସକୁ ବଢ଼ାଇପାରେ। ଏକ ଅଧ୍ୟୟନରୁ ଜଣାପଡିଛି ଯେ ମାଆର ଆୟୁଷ ମଧ୍ୟକୁ ନେଇ ମଧ୍ୟ ଆପଣଙ୍କ ବୟସ ସୀମା ରହିଥାଏ। ଏଥିସହିତ ଆହୁରି ୪ଟି ଜିନିଷ ଏମିତି ରହିଛି, ଯାହାକୁ ଆପଣ ନିଜେ ହିଁ କଣ୍ଟ୍ରୋଲ କରିପାରିବେ।
ସୋସାଇଟୀ
ଏକ ୱେବସାଇଟ୍‌ ମୁତାବକ ଲୁଇସିୟାନା ରାଜ୍ୟ ଏବଂ ବାୟଲର ୟୁନିଭର୍ସିଟୀର ପ୍ରୋଫେସର ଅଧ୍ୟୟନରେ ଏହା ପାଇଲେ ଯେ ଯେଉଁ ସମୂଦାୟ ଛୋଟ ସ୍ତରର ହୋଇଥାଏ, ଛୋଟ ଛୋଟ ବ୍ୟବସାୟର ଦୋକାନ ରହିଥାଏ। ଏହିଠାରେ ହିଁ ମୃତ୍ୟୁ ଦର କମ୍‌ ରହିଥାଏ।

ଆପଣଙ୍କ ବ୍ୟକ୍ତିତ୍ୱ
ଏକ ଷ୍ଟଡିରେ କୁହାଯାଇଛି ଯେ ଯେଉଁ ପୁରୁଷ ଅନୁଭବ ଏବଂ କର୍ତ୍ତବ୍ୟନିଷ୍ଠା ହାସଲ କରିବା ପାଇଁ ଖୋଲା ମିଞ୍ଜାସ ଭାବନା ସହିତ କାମ କରନ୍ତି, ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରୁହନ୍ତି। ଯଦି କହିବା ମହିଳାଙ୍କ ଆୟୁଷ ସୀମା କଥା ତାହେଲେ ଯେଉଁ ମହିଳା ସହଜରେ କଥାକୁ ବୁଝିନିଅନ୍ତି, ସେହି ମହିଳା ଅନ୍ୟମାନଙ୍କ ତୁଳନାରେ ଅଧିକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିଥାନ୍ତି।

ଆପଣଙ୍କ ଖାଦ୍ୟପେୟ ବି ନିର୍ଭର କରେ
ଆପଣ କଣ ଖାଆନ୍ତି ଏବଂ କଣ ପିଅନ୍ତି। ଏହା ସହିତ ବି ଆପଣଙ୍କ ବୟସର ଗଭୀର ଭାବେ ସମ୍ପର୍କ ରହିଛି। ଯେଉଁ ଲୋକ ଆଣ୍ଟିଅକ୍ସିଡେଣ୍ଟସ ଏବଂ ଓମେଗା ୩ ଫ୍ୟାଟି ଏସିଠ ଯୁକ୍ତ ଖାଦ୍ୟ ଖାଆନ୍ତି ସେମାନେ ଅଧିକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରୁହନ୍ତି।

ବୈବାହିକ ଜୀବନ
ଡ୍ୟୁକ୍‌ ୟୁନିଭର୍ସିଟୀ ଅଧ୍ୟୟନରେ କୁହାଯାଇଛି ବିବାହ ବ୍ୟକ୍ତିଙ୍କ ଜୀବନକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଯେଉଁ ଲୋକଙ୍କ ବୈବାହିତ ଜୀବନ ହସଖୁସିରେ କଟିଥାଏ, ସେହି ଲୋକଙ୍କ ବୟସ ବଢ଼ିଥାଏ।

ମା’ର ବୟସ
ଏକ ୱେବସାଇଟ୍‌ ଅନୁଯାୟୀ ଆପଣ ଯେତେବେଳେ ଜନ୍ମ ହୋଇଥିଲେ, ସେହି ସମୟରେ ଆପଣଙ୍କ ମାଙ୍କ ବୟସ ୨୫ ବର୍ଷ କିମ୍ବା ତାଠାରୁ କମ୍‌ ହୋଇଥିଲେ ଆପଣ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ରହିଥାଏ। କାହିଁକିନା ବୈଜ୍ଞାନିକଙ୍କ କହିବା କଥା ଯେ ଏହି ବୟସରେ ମାଆଙ୍କ ଅଣ୍ଡାଣୁର ଗୁଣବତ୍ତା ଭଲ ରହିଥାଏ।

Spread the love