ଏହିପରି ହୋଇଥାଏ ଥାଇରଏଡ୍, ଏହା ହେଉଛି ଲକ୍ଷଣ
ଆଜିକାଲି ଅନେକ ଲୋକ ଥାଇରଏଡ୍ ରେ ପିଡିତ । ଥାଇରଏଡରେ ଓଜନ ବଢିବା ସହିତ ହର୍ରମୋନ ଅଶନ୍ତୁଳିତ ରହିଥାଏ । ଏକ ଷ୍ଟଡି ଅନୁସାରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ପାଖରେ ଏହା ଦଶଗୁଣା ଅଧିକ ହେବାର ଦେଖାଯାଏ । ଏହାର ମୂଖ୍ୟ କାରଣ ହେଉଛି ମହିଳାମାନଙ୍କ ପାଖରେ ଅଟୋ-ଇମୁନୋଜେସନର ସମସ୍ୟା ଅଧିକ ଥାଏ । ଥାଇରଏଡ ହର୍ରମୋନ ଶରୀରର ଅଙ୍ଗକୁ ଦୁର୍ବଳ କରିଦେଇଥାଏ ।
ଦୁଇପ୍ରକାରର ଥାଇରଏଡ୍ :
ହାଇପରଥାଇରଏଡଜିମ୍ ଆଟ୍ରିଆଲ୍ ଫିବ୍ରିଲେସନ୍, ଓଷ୍ଟେଓପୋରସି ଓ ଫାକଚର ହେବାର ସଂଭାବନା ରହିଥାଏ । ହାଇପୋଥାଇରଏଡଜିମ୍, ମାଇକୋଡେମା କୋମା ଏବଂ ମୃତ୍ୟୁର କାରଣ ହୋଇଥାଏ । ଥାଇରଏଡ ସମସ୍ୟାର ସବୁଠାରୁ ମୂଖ୍ୟ କାରଣ ହେଉଛି ଅଟୋ-ଇମିନୋନ୍ ଥାଇରଏଡ । ଏହା ଏକ ବଂଶଗତ ରୋଗ ହୋଇଥାଏ ।
ଏହା ହେଉଛି ଥାଇରଏଡର ଲକ୍ଷଣ :
ହାଇପରଥାଇରଏଡଜିମରେ ଓଜନ ହ୍ରାସ, ଗରମ ସମ୍ଭାଳି ପାରିବା, ଠିକରେ ନିଦ ନଆସିବା, ଶୋଷ ଲାଗିବା, ଚିନ୍ତା ଲାଗିବା, ହାତ କାଂପିବା, ହାର୍ଟ ଯୋରରେ ଚାଲିବା ଏବଂ ଦୁର୍ବଳ ଲାଗିବା ଏହି ସବୁ ଲକ୍ଷଣ ଦେଖାଯାଇଥାଏ ।
ହାଇପୋଥାଇରଏଡଜିମରେ ଅନିୟମିତତା ମାସିକ ଧର୍ମ, ଦୁର୍ବଳ, ଶୁଖିଲା ତ୍ବଚା, ହାର୍ଟ ଧିରେ ଧିରେ ଚାଲିବା ଏହି ଲକ୍ଷଣ ସବୁ ଦେଖାଯାଇଥାଏ ।
ରକ୍ଷାପାଇବାର ବାଟ :
• ଠିକ୍ ଓଜନ ରଖିବା ପାଇଁ ହେଲେ ଫାଇବର ଜାତୀୟ ଖାଦ୍ୟ ଅଧିକ ମାତ୍ରାରେ ଖାନ୍ତୁ ଏବଂ କମ୍ କମ୍ ଖାନ୍ତୁ ।
• କିଛିନା କିଛି ଶାରୀରିକ ପରିଶ୍ରମ କରନ୍ତୁ ।
• ଚିନ୍ତା ଥାଇରଏଡକୁ ବଢାଇବାରେ ସାହାଯ୍ୟ କରିଥାଏ । ଏଥିପାଇଁ ନିଜକୁ ଯେତେ ସମ୍ଭବ ନିଜକୁ ଚିନ୍ତା ମୁକ୍ତ ରଖନ୍ତୁ