ଏପ୍ରିଲ ୧ରୁ ସୋରୁମରେ ଦେଖିବାକୁ ମିଳିବନି ଏସବୁ କାର

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ରୁ ଅଟୋମୋବାଇଲ ଶିଳ୍ପରେ ନୂତନ ନିୟମ ଲାଗୁ ହେତୁ କାର ନିର୍ମାତାମାନେ କମ୍ ଚାହିଦା ଥିବା ମଡେଲଗୁଡିକୁ ବନ୍ଦ କରିବାକୁ ଯାଉଛନ୍ତି | ଆଉ ଏବେ ଏହି ମଡେଲଗୁଡିକୁ ଶୀଘ୍ର ବିକ୍ରି କରିବାକୁ ବିପୁଳ ରିହାତି ମଧ୍ୟ ଦିଆଯାଉଛି | ଆଜି ଆମେ ଆପଣଙ୍କୁ ଏମିତି କିଛି କାର ମଡେଲ ବାବଦରେ କହିବାକୁ ଯାଉଛୁ, ଯାହାକୁ ଆସନ୍ତା ଏପ୍ରିଲ ମାସରୁ ସୋରୁମରେ ଆଉ ଦେଖିବାକୁ ମିଳିବ ନାହିଁ |

ଏପ୍ରିଲ୍ ୧ ପରେ, ହୋଣ୍ଡାର ଏହି ୫ଟି ମଡେଲ୍ ବିକ୍ରୟ ହେବ ନାହିଁ | ଯେଉଁଥିରେ ହୋଣ୍ଡା ସିଟିର ଚତୁର୍ଥ, ପଞ୍ଚମ ଜେନେରେସନ (ଡିଜେଲ), ହୋଣ୍ଡା ଅମେଜ(ଡିଜେଲ), ହୋଣ୍ଡା ଜେଜ୍ ଏବଂ ହୋଣ୍ଡା ଡବ୍ଲ୍ୟୁ ଆର୍ଭି ମଡେଲ ରହିଛି | ଏହି ମଡେଲଗୁଡିକ ମଧ୍ୟରୁ କେତେକ ପୂର୍ବରୁ ବନ୍ଦ ହୋଇସାରିଛି ଏବଂ ଷ୍ଟକରେ ଥିବା କାରଗୁଡିକୁ ବିକ୍ରି କରିବାକୁ ବିପୁଳ ରିହାତି ଦିଆଯାଉଛି |

ଏପ୍ରିଲ ୧ ପରେ ମହିନ୍ଦ୍ରାର ମରାଜୋ, ଅଲ୍ଟୁରାସ ଜି ୪ ଏବଂ କେୟୁଭି ୧୦୦ କାର ମଧ୍ୟ ସୋରୁମରୁ ହଟାଯିବ | ଏପ୍ରିଲ୍ ୧ ପରଠାରୁ ହ୍ୟୁଣ୍ଡାଇର ଭର୍ନା (ଡିଜେଲ) ଏବଂ ଆଲକାଜାର (ଡିଜେଲ) କାର ଦେଖିବାକୁ ମିଳିବ ନାହିଁ | ବଜାରରେ ଡିଜେଲ ଯାନ ବିକ୍ରି ହ୍ରାସ ମଧ୍ୟ ଏହି ମଡେଲଗୁଡିକ ବନ୍ଦ କରିବାର ଅନ୍ୟତମ କାରଣ ବୋଲି କୁହାଯାଉଛି |

ସେହିପରି ମାରୁତି ସୁଜୁକିର ମାରୁତି ଆଲ୍ଟୋ ୮୦୦, ଟାଟାର ଅଲଟ୍ରୋଜ, ରେନଲ୍ଟର ରେନଲ୍ଟ କ୍ୱିଡ ୮୦୦ ଏବଂ ନିସାନର କିକ୍ସ ଏପ୍ରିଲରୁ ସୋରୁମରେ ଦେଖିବାକୁ ମିଳିବ ନାହିଁ |

Spread the love