ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା

କରୋନା ପାଇଁ ବାଲିଯାତ୍ରା ଉପରେ କଟକଣା। ଚଳିତ ବର୍ଷ କଟକରେ ହେବ ନାହିଁ ପ୍ରସିଦ୍ଧ ବାଲିଯାତ୍ରା। କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାମୁହିକ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି।

କଟକରେ କରୋନା ସଂକ୍ରମଣ ଏବଂ ଭିଡ଼କୁ ଦୃଷ୍ଟିରେ ରଖି ଏଥର ଧବଳେଶ୍ବରରେ ବଡ଼ ଓଷା ସମ୍ଭବ ନୁହେଁ। ପଂଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ। ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତିି ନିଆଯାଇଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି।

ସୂଚନାଯୋଗ୍ୟ ଯେ, କଟକରେ ପ୍ରତିବର୍ଷ ପ୍ରସିଦ୍ଧ ବାଲିଯାତ୍ରା ବଡ଼ ଧୁମ୍‌ ଧାମ୍‌ରେ ପାଳିତ ହୋଇଥାଏ। ହଜାର ହଜାର ଲୋକଙ୍କ ଭିଡ଼ ଜମିଥାଏ। ନାଚ ଗୀତରେ ମଞ୍ଚ ଦୁଲୁକେ ଆଉ ଏଇ ରଙ୍ଗମହଲ ମଞ୍ଚ ସାମ୍ନାରେ ଅଗଣିତ ଦର୍ଶକଙ୍କ ଗହଳି ଲାଗିଥାଏ। ମାତ୍ର କରୋନା ପାଇଁ ଏଥର ବାଲିଯାତ୍ରା ଉପରେ କଟକଣା ଜାରି କରାଯାଇଛି। କଟକଣା ଓ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

Spread the love